ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟ।ଲୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) କଟକ :- କଟକ ମହାନଗର ନିଗମ ଅଧିନସ୍ଥ ନୂଆବଜାର କେନାଲ ରୋଡ ବହୁ ପୁରାତନ ବ୍ରିଟିଶ ସମୟର ଜନ ବସତି କୁ ମାନ୍ୟବର ହାଇକୋର୍ଟ ଙ୍କ ବାରଣ ସତ୍ତେ ,ବିନା ନୋଟିସ ରେ ଉଛେଦ କରିବା ପାଇଁ ଘୋଷଣା କରାଯାଇଛି । ଏହାର ପ୍ରତିବାଦ ରେ ମଙ୍ଗଳବାର ଦିନ ବସ୍ତି ବାସିନ୍ଧା ମିଳିତ ମଞ୍ଚ ପକ୍ଷରୁ ,କଟକ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ, କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆ ଯାଇଛି ।

ବହୁ ପୁରାତନ ବ୍ରିଟିଶ ଅମଳର ତାଳଦଣ୍ଡା କେନାଲ ର ବନ୍ଧକୁ ଜଗିବା ପାଇଁ , ତିନିଘରିଆ ନୂଆବଜାର ବସ୍ତିର ଲୋକ ମାନଙ୍କୁ ସେତେବେଳେ ବ୍ରିଟିଶ ସରକାର ମୁତୟନ କରିଥିଲେ ।ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ବସବାସ କରି ଆସୁଛନ୍ତି । ସ୍ୱାଧୀନତା ପର ଠାରୁ ସେମାନେ ବର୍ଷ ବର୍ଷ ଧରି ପାଉତି କାଟି ଆସୁଛନ୍ତି । ବିଗତ ୪୦ବର୍ଷ ଭିତରେ କଟକ ସହରର ଅନେକ ଜାଗା ରେ ବହୁ ପ୍ରଭାବ ଶାଳୀ ଲୋକ ଓ ବ୍ୟବସାୟୀ ମାନେ ଅକ୍ତିଆର କରି ଜବରଦସ୍ତ ରହୁଥିବା ବେଳେ , ଏମାନଙ୍କୁ ଗତ ୨୦୧୮ମସିହାରେ ଥରେ ଉଛେଦ କରିବା ପାଇଁ ଯୋଜନା ହୋଇଥିଲା । କିନ୍ତୁ ମାନ୍ୟବର ହାଇକୋର୍ଟ ଏହାକୁ ବେ ଆଇନ ବୋଲି କହିବା ସହ ବିନା ନୋଟିଶ ରେ ଉଛେଦ ହୋଇ ପାରିବ ନାହିଁ ବୋଲି ହାଇକୋର୍ଟ ଙ୍କ ନିର୍ଦ୍ଦେଶ ଥିଲେ ।

ବସ୍ତିବାସିନ୍ଦା ମାନଙ୍କୁ ରାସ୍ତା ତିଆରି ହେବ କହି ଉଛେଦ କରିବା ଠିକ ନୁହେଁ , ବୋଲି କହିବା ସହ ଜିଲ୍ଲା ପାଳଙ୍କୁ, ଏକ ସ୍ମାରକ ପତ୍ର ଦେବା ସହିତ ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ, ସହରୀ ବିକାଶ ସଚିବ, ରାଜସ୍ୱ ସଚିବ, ଆର ଡ଼ି ସି ,ଓ ସିଏମସି କମିଶନର କୁ ଡାକ ଯୋଗେ ପଠାଇ ଦିଆଯିବ ବୋଲି ବସ୍ତିବାସୀନ୍ଧା ମିଳିତ ମଞ୍ଚ ର ଆବାହକ ଖଗେଶ୍ୱର ସେଠି କହିଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ

Exit mobile version