ବନ୍ଦ ହୋଇ ଥିବା ସ୍କୁଲ ଖୋଲିବା ନିମନ୍ତେ BEO ଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର )ରାୟଗଡ :-ରାୟଗଡ ସରକାରଙ୍କ ନୂଆ ଶିକ୍ଷା ନିୟମ ଅନୁସାରେ ଉପଯୁକ୍ତ ପିଲା ସଂଖ୍ୟା ଥିବା କାରଣରୁ ବନ୍ଦ ହୋଇଥିବା ସ୍କୁଲକୁ ପୁନର୍ବାର ଖୋଲିବା ସକାଶେ ଦାବୀ ପତ୍ର ଜଣାଇଛନ୍ତି ।ଘଟଣାରୁ ପ୍ରକାଶ ଯେ ଆଦିବାସୀ ଅଧିଷ୍ଠିତ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲୋବା ପଞ୍ଚାୟତ ଅନ୍ତର୍ଗତ ଭ୍ରମରସିଂ ଗ୍ରାମର ଗ୍ରାମବାସୀ ମାନେ ଆଜି ରାୟଗଡ ବିଇଓ ଅଫିସକୁ ଆସି ସେମାନଙ୍କ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଖୋଲିବା ପାଇଁ ଲିଖିତ ଭାବେ ଦାବୀ ଜଣାଇଛନ୍ତି lପୂର୍ବରୁ କୋଡିଏ ରୁ କମ ପିଲା ଥିବା ସ୍କୁଲକୁ ସରକାର ବନ୍ଦ କରି ପାଖରେ ଥିବା ସ୍କୁଲରେ ମିଶ୍ରଣ (ମେର୍ଜ) କରିଥିବା ବେଳେ ବର୍ତ୍ତମାନ ସରକାର ଏକ ନୂଆ ନିୟମ ଘୋଷଣା କରିବା ପରେ ଭ୍ରମରସିଂ ଠାରେ ଥିବା ପ୍ରାଥମିକ ବିଦ୍ୟାଳୟଟି ସେହି ନିୟମକୁ ଆସି ଏଠାରେ ୧ମ ରୁ ପଞ୍ଚମ ଶ୍ରେଣୀର ପିଲା ସଂଖ୍ୟା ସତର ଜଣ ହେଉଥିବାରୁ ଏଠାକାର ସ୍କୁଲ ପୁନର୍ବାର ଖୋଲିବା ସକାଶେ ଗ୍ରାମବାସୀ ଆଜି ରାୟଗଡ ଆସି BEO ମନୋରଞ୍ଜନ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

ଉକ୍ତ ଗ୍ରାମର ବିଦ୍ୟାଳୟକୁ କୋଡିଏ ଜଣ ପିଲା ସଂଖ୍ୟା ନଥିବାରୁ ବନ୍ଦ କରାଯାଇ ଗ୍ରାମଠାରୁ ୨ କିମି ଦୂରରେ ଥିବା ସ୍କୁଲରେ ମିଶ୍ରଣ କରାଯାଇଛି l ଯାହାଦ୍ୱାରା ପିଲାମାନେ ପାଠ ପଢିବା କଷ୍ଟକର ହେଉଅଛି l ବର୍ତ୍ତମାନ ସରକାର ନୂତନ ନିୟମ କରି ଆଦିବାସୀ ଅଧିଷ୍ୟୁତ ଅଞ୍ଚଳ ଓ ଜିଲ୍ଲାରେ ପନ୍ଦର ଜଣ ପିଲା କିମ୍ବା ତା ଠାରୁ କମ ପିଲା ଥିବା ସ୍କୁଲକୁ ନିକଟରେ ଥିବା ସ୍କୁଲରେ ମିଶାଇ ଦିଆଯିବ l କିନ୍ତୁ ଏଠାରେ ସତର ଜଣ ପିଲା ସଂଖ୍ୟା ଥିବାରୁ ଏଠାକାର ସ୍କୁଲକୁ ପୁନର୍ବାର ଚାଲୁ କରିବା ସକାଶେ ଗ୍ରାମବାସୀ ଦାବୀ ଜଣାଇଛନ୍ତି l ଦାଵୀପତ୍ର ପାଇବା ପରେ BEO ଶ୍ରୀ ସେଠୀ କହିଛନ୍ତି ଆମ ବ୍ଲକ ଠାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋଟ 47 ଗୋଟି ବିଦ୍ୟାଳୟକୁ ପୂର୍ବ ନିୟମ ଅନୁସାରେ ମିଶ୍ରଣ କରାଯାଇଛି l ଏବଂ 33 ଗୋଟି ସ୍କୁଲରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ 20 ଜଣରୁ କମ ପିଲା ଥିବା ଯୋଗୁଁ ପାଖ ସ୍କୁଲରେ ମିଶ୍ରଣ କରାଯାଇଛି l ବର୍ତ୍ତମାନ ସରକାର ନୂତନ ନିୟମର ଚିଠି ଆମକୁ ମେଇଲରେ ଆସିଛି l ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଆଦେଶ ପରେ ଉକ୍ତ କାର୍ୟ୍ଯ କରାଯିବ ବୋଲି କହିଛନ୍ତି l

Exit mobile version