ଗଜପତି:ନୂଆଁଗଡ଼ ବ୍ଲକ ଆନୁଗୁର ପଞ୍ଚାୟତ ତଣ୍ଡରଙ୍ଗ ଗ୍ରାମରେ ଅବକାରୀ, ରାଜସ୍ବ ଓ ବନ ବିଭାଗର ମିଳିତ ଭାବେ ଚଢ଼ାଉ୧୬ କୋଟି ୪୦ ଲକ୍ଷ ୭୬ ହଜାର ଟଙ୍କାର ୧, ଲକ୍ଷ୬୪ ହଜାର,୭୬ସହ ଗଞେଇ ଗଛ କୁ କାଟି ପୋଡ଼ି ନଷ୍ଟ କରାଯାଇଥିଲା l

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର )ପାରଳାଖେମୁଣ୍ଡି :-ଜିଲ୍ଲା ପୋଲିସ , ଅବକାରୀ ଓ ରାଜସ୍ଵ ବିଭାଗ ମିଳିତ ଭାବେ ଆଜି ନୂଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତ ଅନ୍ତର୍ଗତ ତଣ୍ଡରଙ୍ଗ ଗ୍ରାମ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇ ଥିବା ନେଇ ଆର.ଉଦୟଗିରି ଥାନାଧିକାରୀ ମମତା ନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ମାଜିଷ୍ଟ୍ରେଟ ଭବେ ନୂଆଗଡ ବ୍ଲକ ତହସିଲଦାର ପ୍ରଫୁଲ୍ଲ କୁମାର କୁଜୁରୁ ଙ୍କ ଉପସ୍ଥିତିରେ ଆର. ଉଦୟଗିରି ଥାନାଧିକାରୀ ମମତା ନାୟକ ଙ୍କ ନେତୃତ୍ୱରେ ପୋଲିସ,ବନ ଓ ରାଜସ୍ବ ବିଭାଗ କର୍ମଚାରୀଙ୍କ

ମାନେ ଚଢାଉ କରି ନୂଆଗଡ ବ୍ଲକ ଅନୁଗୁର ପଞ୍ଚାୟତର ତଣ୍ଡରଙ୍ଗ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୮୨.୦୩୮ଏକର ଜମିରେ ବେଆଇନ ଭାବେ ଲଗାଯାଇଥିବା୧ ଲକ୍ଷ ୬୪ହଜାର ୭୬ଟି ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୧୬କୋଟି୪୦ ଲକ୍ଷ ୭୪ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ଆର ଉଦୟଗିରି ଥାନା କେସ୍ ନଂ-୧୧୪୵୨୦୨୦NDPS Act ର ଧାରା20(କ)(।)ରେ ମାମଲା ରୁଜୁ ହୋଇଛି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ଓ ବନବିଭାଗ କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ l      ପାରଳାଖେମୁଣ୍ଡି(ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version