ଯୁବ ଇଞ୍ଜିନିୟରଙ୍କ ଅକାଳ ବିୟୋଗ, ଅଂଚଳରେ ଶୋକର ଛାୟା

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର )ପଦ୍ମପୁର :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ବଡକୁଞ୍ଜାରୀ ଗ୍ରାମର ଶିକ୍ଷକ ବିନୋଦ ଚୋଖିଙ୍କ ଏକମାତ୍ର ପୁଅ ଯୁବ ଇଞ୍ଜିନିୟର ହରିଶ୍ଚନ୍ଦ୍ର ଚୋଖିଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୨୩ ବର୍ଷ ହେଉଥିଲା । ଫାଇନାଲ ପରୀକ୍ଷା ପରେ ସେ ନିଜସ୍ବ ଗ୍ରାମରେ ରହୁଥିଲେ । ହଠାତ୍ ଦେହ ଅସୁସ୍ଥ ହୋଇଥିଲା। ପଦ୍ମପୁର ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭିମସାର ବୁର୍ଲାକୁ ନିଆଯାଇଥିଲା । ପରେ ରାୟପୁର ଉତ୍ତମ ସେବା ପାଇଁ ନେଉଥିବା ବାଟରେ ପରଲୋକ ହୋଇଗଲା । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶତାଧିକ ବ୍ୟକ୍ତି ପହଂଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଉଭୟ ପିତା ପୁତ୍ର ସାମାଜିକ ସ୍ତରରେ ପ୍ରତିଷ୍ଠିତ ବ୍ୟକ୍ତି ଥିବାରୁ ଶବାଧାରରେ ହଜାର ହଜାର ଲୋକ ଶ୍ରଦ୍ଧାସୂମନ ଅର୍ପଣ କରିଥିଲେ ।      ରିପୋର୍ଟ – ନିରୋଜ କୁମାର ପାଣୀ

Exit mobile version