ଧନୁ ସଂକ୍ରାନ୍ତିରେ ନୟାଗଡ଼ କ୍ଳବ ତରଫରୁ ମାଗଣା ଜଳଖିଆ ବିତରଣ

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) ନୟାଗଡ଼ :- ନୟାଗଡ଼ ସଦରମହକୁମାରେ ଅବସ୍ଥିତ ଆହାର କେନ୍ଦ୍ର ନିକଟରେ ନୟାଗଡ଼ କ୍ଲବ୍ ତରଫରୁ ୨୦୦ ଅଭାବୀ ଗରିବ ଦୁଃସ୍ଥ ଲୋକମାନଙ୍କୁ ମାଗଣା ଜଳଖିଆ ବିତରଣ କରାଯାଇଛି। ଆଜି ପବିତ୍ର ଧନୁସଂକ୍ରନ୍ତି ଅବସରରେ ସକାଳ ୮ଟା ୩୦ ମିନିଟ୍ ସମୟରେ ଉପମା ଘୁଗୁନି ଜଳଖିଆ ବିତରଣ କରାଯାଇଥିବା ବେଳେ ପ୍ରତ୍ଯେକ ମାସ ସଂକ୍ରାନ୍ତିରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କ୍ଲବ୍ ର ସଂପାଦକ ମିହିର ରଂଜନ ନାୟକ ସୂଚନା ଦେଇଛନ୍ତି ।

 

ଏହି ମାଗଣା ଜଳଖିଆ ବିତରଣ କାର୍ଯ୍ୟକ୍ରମରେ କ୍ଲବର ଉପସଭାପତି ଅରୁଣ କୁମାର ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀଧର ସାହୁ, ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ,ସନ୍ତୋଷ କୁମାର ନାୟକ , ଧୀରେନ୍ଦ୍ର ପଟ୍ଟନାୟକ ଓ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ,ସମାଜସେବୀ ଦାମୋଦର ସାହୁ, ପୂର୍ବତନ କାଉନସିଲର ନେତ୍ରାନନ୍ଦ ସାହୁ ସମେତ ବହୁ ସମାଜସେବୀ ଉପସ୍ଥିତ ଥିଲେ ।   (ନୟାଗଡ଼ ରିପୋର୍ଟ/ରାମକୃଷ୍ଣ ରଥ )

Exit mobile version