ଏଚ୍.ଆଇ.ଭି ଓ ସିଫଲିସ୍ ପରୀକ୍ଷା କାର୍ଯ୍ୟକ୍ରମ ଉନ୍ମୋଚନ

ଓଡ଼ିଶା ତାଜା ନ୍ୟୁଜ (୧୫ ଡିସେମ୍ବର ମଙ୍ଗଳବାର ) ପଦ୍ମପୁର :- ସରକାରଙ୍କ ପକ୍ଷରୁ ସାରା ରାଜ୍ୟ ରେ ମାଁ ଓ ଶିଶୁ ମୃତ୍ୟୁହାର ରୋକିବାପାଇଁ ଅନେକ ଗୁଡିଏ କାର୍ଯ୍ୟକ୍ରମ ସମସ୍ତ ଜିଲ୍ଲା,ସହର ଠୁ ଆରମ୍ଭ କରି ଗ୍ରାମାଂଚଳ ମାନଙ୍କୁ ଯୋଗାଇ ଆସୁଛନ୍ତି l ତତ ମଧ୍ୟରୁ ଆଜି ତା:-୧୫.୧୨.୨୦୨୦ ମଙ୍ଗଳବାର ଦିନ ଟି ସାରା ରାଜ୍ୟର ଗ୍ରାମାଂଚଳ ମାନଙ୍କରେ ମମତା ଦିବସ ଅବସର ରେ ଏଚ୍.ଆଇ.ଭି ଓ ସିଫଲିସ ଭଳି ମାରାତ୍ମକ ରୋଗ ଚିହ୍ନଟ ପରିପେକ୍ଷୀ ରେ ପରିକ୍ଷା ନିରିକ୍ଷା ସକାଶେ ଗର୍ଭବତୀ ମାଁ ମାନଙ୍କ ପାଇଁ ଏକ ନୂତନ ପ୍ରୟାସ ହାତ କୁ ନେଇଛନ୍ତି l ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପାହାଡ ପର୍ବତ ଘେରା ଅଂଚଳ ରେ ଥିବା ସର୍ବ ପୁରାତନ ବୁକୁରାମୁଣ୍ଡା ଗୋଷ୍ଠି ସ୍ୱlସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ସମସ୍ତ ୧୬ଟି ଉପକେନ୍ଦ୍ର ରେ ମମତା ଦିବସରେ ଗର୍ଭବତୀ ମାଁ ମାନଙ୍କ ପାଇଁ ଉଦ୍ଧିଷ୍ଟ ମାଗଣା ସ୍ୱlସ୍ଥ୍ୟସେବା ମଧ୍ୟରେ ଆଜି ଠାରୁ ସମସ୍ତ ମମତା ଦିବସ ରେ ଏଚ୍.ଆଇ.ଭି ଓ ସିଫଲିସ ପରିକ୍ଷା ମାଗଣା କିଟ ରେ କରାଯିବ ବୋଲି କାର୍ଯ୍ୟରତ ପି.ଏଚ.ଇ.ଓ ଶ୍ରୀ ତୁଷ କୁମାର ଚନ୍ଦ୍ରକାର ଙ୍କ ଠାରୁ ପ୍ରକାଶ l ଆଜି ବୁକୁରାମୁଣ୍ଡା ସ୍ଥିତ ଅଂଗନୱlଡି ସ୍କୁଲ (ଖ) ଠାରେ କଲସ ଜାଗର ଦୀପ ଜଳାଇ ପୂଜାଅର୍ଚ୍ଚନା ପରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ସ୍ୱlସ୍ଥ୍ୟକେନ୍ଦ୍ର ର ମହିଳା ପରିଦର୍ଶିକା ଶ୍ରୀମତୀ ମେରିୟମ କୁଲୁ, ସମ୍ମାନୀତ ଅତିଥି ଭାବେ ସୁପରଭାଇଜର ଶ୍ରୀ ରବିନ୍ଦ୍ର ମୋହନ ଦାସ ଯୋଗଦେଇ ଏଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

ଏ ପରିପେକ୍ଷୀରେ ଉପସ୍ଥିତ ଥିବା ମାଁ ମାନଙ୍କୁ ଅତିଥି ଶ୍ରୀ ଦାସ ତାଙ୍କ ମନ୍ତବ୍ୟରେ ସଂକ୍ଷିପ୍ତ ରେ କହିଲେ ଯେ ରାଜ୍ୟ ରେ କୈlଣସି ଶିଶୁ ଏଚ୍.ଆଇ.ଭି ସଂକ୍ରମିତ ହୋଇ ଜନ୍ମିତ ନହେବା, କୌଣସି ଶିଶୁ ଏଚ୍.ଆଇ.ଭି ଓ ସିଫଲିସ୍ ଯୋଗୁଁ ମୃତ୍ୟୁ ମୁଖର ସମ୍ବୁଖିନ ନ ହେବା, ନବଜାତ ଶିଶୁ ବିକଳାଙ୍ଗ ଅବସ୍ଥା ରେ ଜନ୍ମ ଗ୍ରହଣ ନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ ଏଣୁ ଆପଣ ମାନେ ତାର ସମ୍ପୂର୍ଣ୍ଣ ଭାବେ ଫାଇଦା ନେବାକୁ ଅନୁରୋଧ କରିଥିଲେ । ବୁକୁରାମୁଣ୍ଡା ଉପକେନ୍ଦ୍ର ର କାର୍ଯ଼୍ୟରତ ମହିଳା ସ୍ୱlସ୍ଥ୍ୟକର୍ମୀ ଶ୍ରୀମତୀ କବିତାଂଜଳୀ ଦାଶ ଗର୍ଭବତୀ ମାନଙ୍କ ପାଇଁ ମାଗଣାରେ ଆସିଥିବା ଏଚ୍.ଆଇ.ଭି କିଟ ରେ ଜଣେ ପରେ ଜଣେ ମାଁ ମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ନିରିକ୍ଷା ଆରମ୍ଭ ସମେତ ମମତା ଦିବସ ରେ ନିତି କରୁଥିବା ପରୀକ୍ଷା କରିଥିବା ବ୍ଲଡ ପ୍ରେସର , ହିମୋଗ୍ଲୋବିନ, ଓଜନ ସମେତ ମାଗଣା ରେ ଆସୁଥିବା ଫଲିଫର୍ ବଟିକା ପ୍ରଦାନ କରାଯାଇଛି l ଅନ୍ୟମାନଙ୍କ ମଧ୍ୟରେ ଆଶା କର୍ମୀ ଶ୍ରୀମତି ପଦ୍ମା ବିଶ୍ୱlଳ,ପାଚକ ସହାୟିକା ଶ୍ରୀମତି କଳ୍ପନା ବରିହା ପ୍ରମୁଖ ଉପସ୍ଥିତ ଥିଲେ l ରାଜ୍ୟ ସରକାର ଙ୍କ ଏ ଭଳି ସୁନ୍ଦର କାର୍ଯ୍ୟକ୍ରମ କୁ ବୁଦ୍ଧିଜିବୀ ମହଲ ରେ ପ୍ରଶଂସା କରାଯାଉଛି l (ରିପୋର୍ଟ – ନିରୋଜ କୁମାର ପାଣୀ  )

Exit mobile version