Home ଓଡ଼ିଶା ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଗଣଧାରଣା by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର ) ବ୍ରହ୍ମପୁର :- କର୍ପୋରେଟ ସପକ୍ଷ ତଥା କୃଷି ଓ କୃଷକ ବିରୋଧୀ ୩ଟି କୃଷି ଆଇନ୍ ଓ ପ୍ରସ୍ତାବିତ ଜନବିରୋଧୀ ବିଦ୍ୟୁତ୍ ବିଲ -୨୦୨୦ ତୁରନ୍ତ ରଦ୍ଦ କରିବା ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ୧୪ ଡିସେମ୍ବର ୨୦୨୦ରେ ଦେଶବ୍ୟାପୀ ଜିଲ୍ଲାପାଳ ମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ଉପବାସ କରିବା ଡାକରା ଦେଇଛି । ଏହାକୁ ସଫଳ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । କୃଷକ ଓ ଖାଉଟିର ସର୍ବନାଶକରି କର୍ପୋରେଟ ଲୁଟ ଉଦ୍ଦେଶ୍ୟରେ ଘରୋଇ ମଣ୍ଡି ଆଇନ, ଚୁକ୍ତି ବଦ୍ଧ ଚାଷ ଆଇନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଏବଂ ଜନ ବିରୋଧୀ ବିଦ୍ୟୁତ ବିଲ ୨୦୨୦କୁ ମୋଦି ସରକାର ଆଣି ଜନସାଧାରଣଙ୍କୁ କ୍ରୀତଦାସ କରିବା ବ୍ୟବସ୍ଥା କରିଛନ୍ତି। ଏହା କଳାବଜାରୀ ମହଜୁଦକାରୀଙ୍କ ଲୁଣ୍ଠନ ପାଇଁ ଉଦ୍ଦିଷ୍ଟ ତତ୍ ସହିତ କ୍ଷୁଦ୍ର ଚାଷୀ, ଭାଗଚାଷୀ, ଖେତମୂଳିଆ, ଆଦିବାସୀ ଓ ଦଳିତଙ୍କ ଜୀବନ ଓ ଜୀବିକାର ଅଶେଷ କ୍ଷତି ସାଧନ କରିବା । ସେଥିପାଇଁ ଦୀର୍ଘ ୧୯ ଦିନ ଧରି ଜାଡ ଶୀତ କାକର ଖୋଲା ଆକାଶ ତଳେ ଲକ୍ଷ ଲକ୍ଷ କୃଷକ ଏହି କଳା ଆଇନକୁ ରଦ୍ଦ କରିବା ପାଇଁ ଧାରଣାରେ ବସିଛନ୍ତି। ଏହି ଐତିହାସିକ କୃଷକ ସଂଘର୍ଷ ସହ ଶ୍ରମିକ- କର୍ମଚାରୀ, ଛାତ୍ର-ଯୁବକ, ମହିଳା, ଶିକ୍ଷକ, ବୁଦ୍ଧିଜୀବୀ, ଆଇନଜୀବି ସମସ୍ତେ ସମର୍ଥନ ଓ ସଂହତି ପ୍ରଦାନ କରି ଠିଆ ହୋଇଛନ୍ତି। କୃଷକମାନଙ୍କ ଶାନ୍ତି ପୂର୍ଣ ନ୍ୟାୟ ସଙ୍ଗତ ଦାବିକୁ ସରକାର ନମାନି କର୍ପୋରେଟ୍ ସ୍ବାର୍ଥକୁ ଜଗି ୬ ଥର ଆଲୋଚନାରେ ସଂଶୋଧନ ପାଇଁ ପ୍ରସ୍ତାବ ରଖୁଛନ୍ତି ସେଥିପାଇଁ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ନେତୃତ୍ୱରେ ଭାରତର କୃଷକ ସମାଜ ଏହି କଳା ଆଇନକୁ ରଦ୍ଦ କରିବା ପାଇଁ ଦୃଢ ନିଷ୍ପତ୍ତି ନେଇ ବସି ରହିଛନ୍ତି । ଏବଂ ୧୪ ଡିସେମ୍ବର ଅନଶନ ଆରମ୍ଭ କରିଛନ୍ତି । ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ବାଇକ୍ ଶୋଭାଯାତ୍ରାରେ ଆସି ଛତ୍ରପୁର ପହିଲି ବନ୍ଦ ଠାରୁ ଏକ ବିଶାଳ କୃଷକ ଶୋଭାଯାତ୍ରା ଆସି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଗଞ୍ଜାମ ଜିଲ୍ଲା ଆବାହକ ମଣ୍ଡଳୀ ସଦସ୍ୟ ହରିକୃଷ୍ଣ ରେଡ୍ଡୀଙ୍କ ସଂଯୋଜନାରେ ଆୟୋଜିତ ପ୍ରତିବାଦ ସଭାରେ ଅଖିଳ ଭାରତ କିଶାନ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଏ.ଆଇ.କେ.ଏସ୍ ର ଶ୍ରୀହର୍ଷ ରଥ, ଓଡ଼ିଶା କୃଷକ ସଭାର ବସନ୍ତ ନନ୍ଦ, ଅଖିଳ ଭାରତ କିଶାନ ଖେତ ମଜଦୂର ସଂଗଠନର ପପୁନୁ ସାହୁ, ଅଗ୍ରଗାମୀ କିଶାନ୍ ସଭାର ସନ୍ତୋଷ ସାହୁ, ଋଷିକୂଲ୍ୟା ରୟତ ମହାସଭାର ସୀମାଞ୍ଚଳ ନାହକ ଆଦି କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ତୀବ୍ର ନିନ୍ଦା କରିଥିଲେ । ଏହି ଦିଲ୍ଲୀର ଐତିହାସିକ କୃଷକ ସଂଘର୍ଷ କୁ ନବ ନିର୍ମାଣ କୃଷକ ସଂଗଠନର ସୁଦର୍ଶନ ପାତ୍ର, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା, ଶ୍ରମିକ ନେତା ପ୍ରତାପ ପ୍ରଧାନ, ରାଜେନ୍ଦ୍ର ଦାଶ, ସିପିଆଇର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ନୀଳକଣ୍ଠ ଦାସ, ସିପିଆଇ ଏମ୍ ର ଜିଲ୍ଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ, ଏସୟୁସିଆଇ କମ୍ୟୁନିଷ୍ଟ ର ସୋମନାଥ ବେହେରା, ଚାଷୀ ନେତା ବିଜୟ ସ୍ବାଇଁ, ବହୁଜନ କ୍ରାନ୍ତି ମୋର୍ଚ୍ଚା ର ସୋମା ଦାଶ, କ୍ରାନ୍ତି ଯୁବକ ସଂଗଠନର ଇଜୁ ଖାନ, ମହିଳା ନେତ୍ରୀ ପି.ପାର୍ବତୀ, ଭାନୁମତୀ ରେଡ୍ଡୀ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ମୋନାଜାଇଟ ପ୍ଳାଣ୍ଟ ବିରୋଧୀ ଆନ୍ଦୋଳନର ଉଦୟ ପ୍ରଧାନ, ସାମାଜିକ କର୍ମୀ ମଧୂସୁଦନ, ଶ୍ରୀନିବାସ ରାଓ, ଲକ୍ଷ୍ମୀ ନୃସିଂହ ରଥ ଆଦି ଉପସ୍ଥିତ ରହି ସମର୍ଥନ ପ୍ରଦାନ କରିଥିଲେ । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ) Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026