ବରଗଡ଼ ରେ ଭାଜପା ରାଜ୍ୟ ସଭାପତି – ସମୀର ମହାନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର ) ବରଗଡ଼ :- ଭାଜପା ର କେନ୍ଦ୍ରୀୟ ପ୍ରଭାରୀ ଡି ପୁରେନ୍ଦେଶ୍ବରୀ ଓଡ଼ିଶା ଗସ୍ତରେ ଆସିଥିବା ଦଳକୁ ମଜଭୁତ କରିବା କୁ ହେଲେ ତୃଣମୂଳ ସ୍ତରରୁ ପୁଣି ଥରେ ସଜାଡିବା କୁ ହେବ ବୋଲି କହିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି ବରଗଡ଼ ଜିଲ୍ଲା ଗସ୍ତ କରି କର୍ମକର୍ତ୍ତାଙ୍କୁ ତୃଣମୂଳ ସ୍ତରରୁ କାର୍ଯ୍ୟ ଆରମ୍ଭ କରିବାକୁ ଆହ୍ବାନ କରିଛନ୍ତି ।

ଆଜି ଭାଜପା ର ନିଜସ୍ଵ କାର୍ଯ୍ୟ।ଳୟ ରେ ଆୟୋଜିତ ସମର୍ଦ୍ଧନା ସଭା ରେ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ୍ଵର ଶତପଥୀ,କୃପା ସାହୁ,ପ୍ରୀତମ ସିଂ,ଅରୂପା ସାହୁ ପ୍ରମୁଖ ଉପସ୍ଥିତ ଥିଲେ (ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ)

Exit mobile version