ଗଜପତିଜିଲ୍ଲା ବିଜେପିପକ୍ଷରୁ ମାଣିକପୁରୁ ଠାରେବୈଠକ ଅନୁଷ୍ଠିତ  

ଓଡ଼ିଶା ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର) ରାୟଗଡ ଗଜପତି :- ଗଜପତି (ରାୟଗଡ) ମୋହନା ନିକଟ ମାଣିକ ପୁରୁ ହନୁମାନ ମନ୍ଦିର ଠାରେ ମୋହନା ନିର୍ବାଚନ ମଣ୍ଡଳୀ ର ବିଜେପି କାର୍ଯ୍ୟକର୍ତା ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକ ରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର, ଗଜପତି ଜିଲ୍ଲା ପ୍ରଭାରୀ ସୋରଜ କୁମାର ସାବତ,କୃଷକ ମୋର୍ଚ୍ଚା ରାଜ୍ୟସମ୍ପାଦକ ସୋରଜ ସାହୁ,ନୃସିଂହଚରଣ ପଟ୍ଟନାୟକ, ମଞ୍ଚାସିନଥିଲେ ଉକ୍ତ ବୈଠକ ରେ ରାଜ୍ୟରେ ଘଟିଥିବା ପରି ହତ୍ୟା କାଣ୍ଡର ହତ୍ୟାକାରୀଙ୍କୁ ରାଜ୍ୟ ସରକାରଙ୍କ ଗେଲିୟା ମନ୍ତ୍ରୀ ଅରୁଣ ସାହୁଙ୍କ ଅତିନିକଟ ବନ୍ଧୁଙ୍କ ଦ୍ୱାରା ଏହିକାଣ୍ଡ ଘଟିଅଛି ବୋଲି ଅରୁଣ ସାହୁ ଇସ୍ତଫା ନ ଦେଇ ଚୁପ ହୋଇ ବସିବା ରାଜ୍ୟ ସରକାରଙ୍କ ଦ୍ରୁବଲତା ପଦାରେରେ ପଡିଯାଇଛି ବୋଲି ପ୍ରକାଶ କରିଥିଲେ !

ଏହି ଅଞ୍ଚଳରେ କୃଷକମାନଂକୁ କୃଷିର ଅଂଚଳରେ ଉତ୍ପାଦିତ ଧାନ,କପା,ମକା,କାଜୁ ସାମଗ୍ରୀ ର ଉଚିତପ୍ରାପ୍ୟ ଚାଷୀମାନେ କିପରିପାଇବେ ତାହା ଉପରେ ଆଲୋଚନା ହୋଇଥିଲା !ମୋହନା ନିର୍ବାଚନ ମଣ୍ଡଳୀ ଆଠଗୋଟି ମଣ୍ଡଳୀର ସଭାପତି ନିଜ ମଣ୍ଡଳୀରେ ଆଗାମୀ ବିଜେପି ଦଳ ପକ୍ଷରୁ ପରି ହତ୍ୟାକାରୀଙ୍କୁ ଗିରୀଫ କରିବା ଦାବିରେ ଅରୁଣ ସାହୁ ଙ୍କ ଇସ୍ତଫାଦାବୀ କରି ପ୍ରତି ମଣ୍ଡଳରେ ଏହି କାର୍ଯ୍ୟ ଚାଲିବ ବିଜେପିଦଳ ପକ୍ଷରୁ ପ୍ରଶିକ୍ଷଣ ଶିବିର ପ୍ରତି ମଣ୍ଡଳରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନିଆଯାଇଅଛି l ଉକ୍ତ ବୈଠକ ରେ ବିଭିନ୍ନ ମଣ୍ଡଳୀର ସଦସ୍ୟ ଉପସ୍ଥିତ ଥିଲେ ଯଥା – ନବକିଶୋର ଶବର,ପ୍ରଦିପ ହରିଚନ୍ଦନ,ଜଗନ୍ନାଥ ଭୂୟାଁ,ଦୁର୍ଗା ପ୍ରସାଦ ସୁବୁଦ୍ଧି,ନବୀନ ପାଇକ,ବୀରଭାସ୍କର ପାଇକ,ସଂଯୁକ୍ତା ପୂଜାରୀ,ବାପୁନ ସୁଆର,ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ କାମଦେବ ବଡ଼ନାୟକ ଧନ୍ୟବାଦ ଦେଇଥିଲେ ଯୋଡ଼ାଆମ୍ବ ଗ୍ରାମ ର ମା ରମଣ କାର୍ଜି ବରିଷ୍ଠବିଜେପି କାର୍ଯ୍ୟକର୍ତାଙ୍କ ପିତୃ ବିୟୋଗ ହୋଇଥିଲା l ତାଙ୍କ ବାସଭବନ କୁ ଯାଇ ଶୋକସନ୍ତାପ ପରିବାରଙ୍କୁ ସମବେଦନା ଜଣାଇଥିଲେ l (ରାୟଗଡ ଗଜପତି /ସଞ୍ଜୀବ କୁମାର ପାଣି )

Exit mobile version