ବେପାରୀଙ୍କ ମନମର୍ଜିରେ ଚାଲିଛି ଧାନ ମଣ୍ଡି, ବେପାରୀ ମାଧ୍ୟମରେ ଧାନ ବିକିଲେ ମିଳୁଛି ଟୋକନ. କାହାକୁ ଚାରି ଥର ତ କାହାକୁ ଜମା ମିଳିନି ଧାନ ବିକ୍ରି ଟୋକନ

ମାହାଙ୍ଗା (ଓଡିଶା ତାଜା ନିଉଜ ) ମାହାଙ୍ଗା 2020 , ବେପାରୀଙ୍କ କବଜ୍ଜାରେ ମାହାଙ୍ଗା କଟକ କେନ୍ଦ୍ର ସମବାୟ ସମିତିର ଧାନ ମଣ୍ଡି, ମୂଳବସନ୍ତ ସେବାସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ଧାନ ଅମାଲକାରୀ ବିକିଣପରି କାନ୍ଦୁଛନ୍ତି, ଯିଏ ବେପାରୀଙ୍କ ମାଧ୍ୟମରେ ଧାନ ବିକିବେ ତାଙ୍କୁ ଆଗ ଟୋକନ ଦିଆଯାଉଛି. ଯୋଉ ଚାଷୀ ସିଧା ସଳଖ ବିକିବାକୁ ଚାହୁଁଛନ୍ତି ତାଙ୍କୁ ଟୋକନ ପ୍ରଦାନରେ ବିଳମ୍ବ କରାଯିବ ସହ କମ ପରିମାଣର ଧାନ ଟୋକନ ଦିଆଯାଉଥିବା ଅଭିଯୋଗ ହେଉଛି. କୋଉଠି ଆଦ୍ରତା ନାଁରେ ଧାନ କାଟିନେଉଛନ୍ତି ତ କୋଉଠି ଅଳିଆ ଅଛି କହି ଧାନ କାଟିନେଇ ଚାଷୀକୁ ଶୋଷଣ କରୁଛନ୍ତି, ମଣ୍ଡିରେ ବିକିପାରୁନି ଧାନ,ଚେଇଁ ଶୋଇଛି କୃଷି ଓ ସମବାୟ ବିଭାଗ, ସମବାୟ ସମିତି ଠାରୁ ବ୍ୟାଙ୍କ, ଏପରିକି ମହାଜନ ଠାରୁ ୠଣ ନେଇ ଧାନଚାଷ କରିଥିବା ଶହଶହ ଚାଷୀ ଅମଳ କରିଥିବା ଫସଲକୁ ବିକ୍ରୀ କରିବାକୁ ନେଇ ପଡିଛନ୍ତି ଚିନ୍ତାରେ l

କଟକ ଜିଲ୍ଲା ମାହାଙ୍ଗା ବ୍ଲକର ବିରୂପା – ଗେଙ୍ଗୁଟି ଦ୍ୱିପାଞ୍ଚଳର ମୂଳବସନ୍ତ ସେବାସମବୟ ସମିତିରେ ଥିବା ଚାରିଟି ପଞ୍ଚାୟତର ହଜାର ହଜାର ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ l ଅନଲାଇନ ଜରିଆରେ ୫ ସହ ଚାଷୀ ନାମ ପଞ୍ଜିକୃତ କରିଥିଲେବି ମଣ୍ଡିରେ ମିଲରକୁ ବିକି ପାରୁନି ଧାନ l କେବଳ ମୂଳବସନ୍ତ ଧାନମଣ୍ଡି ନୁହେଁ ମାହାଙ୍ଗାର ସମସ୍ତ ମଣ୍ଡିରେ ଫେଲ ମାରିଛି ସରକାରୀ ବ୍ୟବସ୍ଥା l ଗୋଟିଏ ମଣ୍ଡିରେ ଅତି କମରେ ପାଞ୍ଚଶହ ଚାଷୀ ଧାନ ବିକିବାକୁ ଆବେଦନ କରିଛନ୍ତି l ଅନଲାଇନ ଜରିଆରେ ଏହି ଆବେଦନ କରାଯାଇଥିଲା l

ଚାଷୀଙ୍କ ମୋବାଇଲକୁ କୃଷିବିଭାଗ ମେସେଜ ପଠାଉଛି ମଣ୍ଡିରେ ଧାନ ବିକ l କିନ୍ତୁ ସପ୍ତାହରେ ଗୋଟିଏ ଗୋଟିଏ ମଣ୍ଡି ପାଇଁ ମାତ୍ର ଗୋଟିଏଦିନ ଧାର୍ଯ୍ୟ ହେବା ଏବଂ ଏଠାରେ ମାତ୍ର 20 ରୁ 25 ଜଣ ଚାଷୀଙ୍କ ଠାରୁ ମିଲର ଛଅଶହ କ୍ୱିଣ୍ଟାଲରୁ ସାତଶହ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଧାନ ଉଠାଣ କରୁଥିବାରୁ ଅନ୍ୟ ଚାଷୀଙ୍କ ଧାନ ମାର୍ଚ୍ଚମାସ ସୁଧା ଅର୍ଥାତ ଆଉ ମାତ୍ର 10 ଟି ବାରିରେ କିପରି ଉଠାଣ କରାଯିବ, ଏହାର ଉତ୍ତର ଦେଇପାରୁନି ମିଲର କିମ୍ବା ସମବାୟ ବିଭାଗ ..? ପ୍ରକୃତରେ ତାହାହିଁ ମୁଖ୍ୟ ସମସ୍ୟା ବୋଲି ଅଭିଯୋଗ ହେଉଛି l

ମୂଳବସନ୍ତ ଧାନ ମଣ୍ଡିରେ ଅଭାବନୀୟ ଘଟଣା l ଜଣେ ଜଣେ ଚାଷୀ ମଣ୍ଡି ଆରମ୍ଭର ୩ ସପ୍ତାହ ଭିତରେ ୩ଟି ଟୋକନ ପାଇ ଧାନ ବିକ୍ରୀକରିବା ଦେଖିବାକୁ ମିଳୁଥିବାବେଳେ, ଶହଶହ କ୍ୱିଣ୍ଟାଲ ଧାନ ଅମଳକରି ଏପର୍ଯ୍ୟନ୍ତ ଆଦୌ ଟୋକନ ପାଇନି ପ୍ରକୃତ ଚାଷୀ l ଯେଉଁ ଅନଲାଇନ ବ୍ୟବସ୍ଥା ହୋଇଛି ସେଥିରେ ଜାଲପଟ୍ଟା ଦେଇ ନିଜକୁ ଚାଷୀ ସଜାଇଥିବା ବହୁ ନକଲି ଚାଷୀଙ୍କୁ କିପରି ମଣ୍ଡିରେ ତାଲିକାଭୁକ୍ତ କରାଗଲା ତାକୁନେଇ ଉଠିଛି ବଡ ପ୍ରଶ୍ନବାଚୀ ..? ଏସବୁର ତଦନ୍ତ ହେବକି ? ବେପାରୀ ଚାଷୀଙ୍କ ନାଆଁରେ ମଣ୍ଡିରେ ଧାନ ବିକିବାରୁ ଉତ୍ତେଜନା ସୃଷ୍ଟି ହୋଇଛି l

ମଣ୍ଡିରେ ଧାନ ବିକି ନପାରିବାରୁ ଏବଂ ବେପାରୀ ମାନଙ୍କ ପ୍ରାଦୁର୍ଭାଵ ଅସହ୍ୟ ହେବାରୁ ଆଜି ମଣ୍ଡିରେ ଉତ୍ତେଜନ ଦେଖା ଦେଇଥିଲା l ବହୁ ବିଳମ୍ବ ପର୍ଯ୍ୟନ୍ତ ଚାଷୀ ମଣ୍ଡିକୁ ଘେରାଉ କରିଥିଲେ l ସମସ୍ୟାର ସମଧାନପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ରାଜନେତା ମାନେ ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ସାମୟିକ ଭାବେ ନିୟନ୍ତ୍ରଣକୁ ଆସିବା ଦେଖିବାକୁ ମିଳିଥିଲା l ତେବେ ସମୟ କହିବ ଚାଷୀଙ୍କ ଲହୁ ଲୁହକୁ ନେଇ ଖେଳ କହୁଥିବା ଅସାଧୁ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଆଗକୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି l (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ )

Exit mobile version