ନୂତନ ଉପସଭାପତି ଲଲିତ ଜଗତଙ୍କୁ କଳାକାର ମହାସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା – ପଦ୍ମପୁର

 ଓଡ଼ିଶା ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର)ପଦ୍ମପୁର :- ପାଇକମାଲ ବ୍ଲକ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଳ ବ୍ଲକ କଳାକାର ମହାସଂଘ ର ବରିଷ୍ଠ କଳାକାର ଶ୍ରୀ ତ୍ରିଲୋଚନ ମେହେରଙ୍କ ସଭାପତିତ୍ବରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ମାଣ୍ଡୋସିଲ୍ ଗ୍ରାମର ଶ୍ରୀ ଲଲିତ ଜଗତ ପାଇକମାଳ ବ୍ଲକ କଳା ସଂସ୍କୃତି ସଂଘ ର ନୂତନ ଉପସଭାପତି ଭାବେ ଜିଲ୍ଳା ସଂସ୍କୃତି ବିଭାଗ ବରଗଡ଼ ତରଫରୁ ସମସ୍ତ କଳା ସଂଘ ତଥା ପାଇକମାଲ ବ୍ଲକ କଳାକାର ମହାସଂଘ, ପାଇକମାଲ ଅଞ୍ଚଳର କଳା ପ୍ରେମୀ ବୁଦ୍ଧିଜୀବୀ ଅନୁମୋଦନ କ୍ରମେ ନିଯୁକ୍ତି ପ୍ରଦାନ କରା ଯାଇଅଛି l ଏଥିପାଇଁ ପାଇକମାଳ ବ୍ଲକ କଳାକାର ମହାସଂଘ ତରଫରୁ ଶ୍ରୀ ଜଗତ ଙ୍କୁ ଉପଢୌକନ ପୁଷ୍ପମାଲ୍ଯ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଶ୍ରୀ ଜଗତ ଜଣେ ଉଚ୍ଚ ଶିକ୍ଷିତ ତଥା ଲୋକକାଳର ବହୁମୂଖୀ ପ୍ରତିଭାଧାରୀ ହୋଇଥିବାରୁ

ସମସ୍ତ କଳା ସଂଘ, କଳାପ୍ରେମୀ ବୁଦ୍ଧିଜୀବୀ, ସ୍ଵେଚ୍ଛାସେବୀ ସଂଗଠନ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି l ଆଜିର ସଭାରେ କଳାକାର ମହାସଂଘ ର ସ୍ଥାୟୀ ସଭାପତି ଶ୍ରୀ ପ୍ରେମସାଗର ଫୌଜଦାର ଅନୁପସ୍ଥିତ ହେବା ପରେ ମଧ୍ୟ ସେ ଭିଡିଓ କନଫରେନ୍ସରେ ଶ୍ରୀ ଜଗତ ଙ୍କୁ ଅଭିନନ୍ଦନ ଜଣାଇଥିଲେ l ସଭାରେ ମହାସଂଘ ର ଉପସଭାପତି ଶେଷଦେବ ବାରିକ, ସହ ସମ୍ପାଦକ ଖଗେଶ୍ଵର ମିର୍ଦ୍ଧା, କୋଷାଧ୍ଯକ୍ଷ ଚିତ୍ତରଞ୍ଜନ ସରାଫ, ବିଜୟ ପ୍ରଧାନ,ଦୁର୍ଯ୍ୟୋଧନ ତ୍ରିପାଠୀ ବିଶ୍ଵନାଥ ସେଠ୍, ଗଣେଶ ସୁନା, ଦୁଃଶାସନ କୁମ୍ଭାର, ନୁରାବନ ଭୋଇ, ଦେବେନ୍ଦ୍ର ସାହୁ, କପୁରଚନ ବନଛୋର, ସୁନ୍ଦରମଣି ଭୋଇ, ହରିଶ୍ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version