ହିଞ୍ଜିଳିକାଟୁ ପୌରାଂଚଳର ୩ଟି ୱାର୍ଡ଼ରେ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଜାତୀୟ ସ୍ତରରେ ସ୍ଥାନିତ ପାଇଁ ଦୃଢ ପ୍ରୟାସ

ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର ରବିବାର) ହିଞ୍ଜିଳିକାଟୁ :- ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସ୍ୱଚ୍ଛ ଓଡ଼ିଶା- ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦକୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ଶୀର୍ଷ ର‌୍ୟାଙ୍କ୍ ହାସଲ କରିବା ନିମନ୍ତେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ୨୦୨୧ । ହିଞ୍ଜିଳିକାଟୁ ପୌର ପରିଷଦକୁ ଓଡ଼ିଶା ତଥା ଭାରତରେ ୧ନମ୍ବର କରିବା ପାଇଁ ସ୍ଥାନୀୟ ପୌରାଂଚଳର ପ୍ରତିଟି ୱାର୍ଡ଼ରେ ସ୍ୱଚ୍ଛତା ଓ ପରିବେଶ ଉପରେ କାର୍ଯ୍ୟନୟନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ପୌରାଂଚଳର ୫,୬ ଓ ୧୦ନଂ ୱାର୍ଡ଼ରେ ପରିମଳ ଓ ସ୍ୱଚ୍ଛତା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ୧୦ନଂ ୱାର୍ଡ଼ ରେଗିଡ଼ି ସାହିଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଓ ନିମନ୍ତ୍ରିତ ଅତିଥି ଭାବେ ଅତିଥି ଭାବେ ଏଡ଼ିଏମ(ସାଧାରଣ)ତଥା ହିଞ୍ଜିଳିକାଟୁ ପୌର ପ୍ରଶାସକ କବିନ୍ଦ୍ର ସାହୁ. ଓ ସମ୍ମାନିତ ଅତିଥି ଭାବେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇଥିଲେ । ଏଥି ପୂର୍ବରୁ ପୌର କାର୍ଯ୍ୟାଳୟ ଠାରୁ ପ୍ଳକାର୍ଡ଼ ଓ ସ୍ଳୋଗାନ ଦେଇ ସଂପୃକ୍ତ ୱାର୍ଡ଼ ଗୁଡ଼ିକରେ ପରିକ୍ରମା କରି ସଚେତନତା ବାର୍ତା ପ୍ରଦାନ କରାଯାଇଥିଲା ।

ପୂରୀ ସ୍ଥିତ ଚେତାବନି ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ମଳାଷୁର ବଦ୍ଧ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ବାର୍ତା ପ୍ରଦାନ କରିଥିଲେ ।ବାହ୍ୟ ମଳତ୍ୟାଗକୁ ସମ୍ପୁର୍ଣ୍ଣ ବନ୍ଦ କରିବା ଓ ଘରର ଅଳିଆ ଆର୍ବଜନାକୁ ବାହାରେ ନଫୋପାଡ଼ି ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ଗାଡ଼ିରେ ଜମା ଦେବା ପାଇଁ ସଚେତନ କରାଯାଇଥିଲା । କେବଳ ସଚେତନତା ମାଧ୍ୟମରେ ନୁହେଁ ବରଂ ମା’ ମାନଙ୍କର ଭୂମିକା ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ପାଇଁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ଥିବା ଏହି ପୌର ପରିଷଦକୁ ୧ନମ୍ବର କରିବା ଦିଗରେ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଓ ସଫେଇ ଦିଦି ଓ କର୍ମଚାରୀ ମାନଙ୍କ ଉତମ ସମ୍ବନୟରେ ହିଁ ସମ୍ଭବ ହୋଇପାରିବ ବୋଲି ଅତିଥିସ ବୃନ୍ଦ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ର, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଅଶ୍ୱିନି ନାୟକ, ଇ. କିଶାନ କୁମାର ପାତ୍ର, ସ୍ୱଂୟ ସହାୟିକା ଗୋଷ୍ଠୀର ସଦସ୍ୟା, ସଂପୃକ୍ତ ୱାର୍ଡ଼ର ସ୍ୱଚ୍ଛ ସାଥୀ, ସୁପରଭାଇଜର ପ୍ରମୁଖ ଉପସ୍ତିତ ଥିଲେ । (ରିପୋର୍ଟ ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ)

Exit mobile version