ଲିଙ୍କ ହସପିଟାଲ ପକ୍ଷରୁ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର,ରବିବାର )କଟକ  :- କଟକ ସିଏମସି ୫୮ ନମ୍ବର ୱ।ର୍ଡ଼ ବିଜୁ ଜନତା ଦଳ ପକ୍ଷରୁ ରବିବାର ଦିନ କଟକ ସଦରଥାନା ଅନ୍ତର୍ଗତ ଡାହାଳିଆବାଗ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ,କଟକର ଲିଙ୍କ ଆଇ ହସ୍ପିଟାଲ ପକ୍ଷରୁ ଗରିବ ଲୋକମାନଙ୍କ ପାଇଁ ଏକ ମାଗଣା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କଟକ କମିଶରେଟ ପୋଲିସ ଯୋନ-୪ର – ଏସିପି ସତ୍ୟରଞ୍ଜନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।

ପୂର୍ବତନ କର୍ପୋରେଟର କୌଶିକ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ, ସାତ୍ୟିକ ମିଶ୍ର , ପୂର୍ବତନ କର୍ପୋରେଟର ସୁକାନ୍ତ ଭୋଇ, ସ୍ଥାନୀୟ ୱ।ର୍ଡ଼ ବିଜେଡି ସଭାପତି ସୁଶାନ୍ତ କୁମାର ମହାନ୍ତି , ବିଜେଡି ମହିଳା ନେତ୍ରୀ ସୁଚିତ୍ରା ପତି, ପ୍ରତାପନଗରୀ ଗ୍ରାମ୍ୟ କମିଟିର ସଭାପତି ପ୍ରମୋଦ ସ୍ୱାଇଁ , ଦିଲ୍ଲୀପ କୁମାର ସ୍ୱାଇଁ, ଆଇନଜୀବୀ ବଦ୍ରିନାରାୟଣ ମହାପାତ୍ର, ନଳୀନ ସେନାପତି, ଲିଙ୍କ ଆଇ ହସ୍ପିଟାଲ ର ସିଓ ଆଲୋକ କୁମାର ସାହୁ ପ୍ରମ୍ମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଚକ୍ଷୁ ବିନ ମଣିଷ ଦୁନିଆରେ ଦୈନଦିନ ଘଟୁଥିବା ଘଟଣା ଦେଖି ପାରୁଛି । ଚକ୍ଷୁ ବିନା ମଣିଷ ଜୀବନ ଅଧୁରା , । ବୟଷ୍କ ଗରିବ ଲୋକମାନେ ଯେଭଳି ଦୃଷ୍ଟି ଶକ୍ତି ପାଇ ପାରିବେ ସେନେଇ ଏହି କାର୍ଯ୍ୟ କ୍ରମ ୫୮ ନମ୍ବର ୱ।ର୍ଡ଼ ବିଜେଡି ପକ୍ଷରୁ ନିଆଯାଇଛି ବୋଲି ପୂର୍ବତନ କର୍ପୋରେଟର କୌଶିକ ଜେନା କହିଛନ୍ତି । ଏହି ଚକ୍ଷୁ ଚିକିତ୍ସା ଶିବିରରେ ୫୮ ନମ୍ବର ୱ।ର୍ଡ଼ ର ବିଭିନ୍ନ ଗ୍ରାମର ଶତାଧିକ ଲୋକ ଯୋଗ ଦେଇ ଚକ୍ଷୁ ପରୀକ୍ଷା କରାଇଥିଲେ । ଏଥିରେ ଡ଼ ଡାହାଳିଆବାଗ ହରପାର୍ବତି ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । (ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)  

Exit mobile version