“ସମ୍ବର୍ଦ୍ଧନା ସାହିତ୍ୟ ସମାରୋହ” ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର,ରବିବାର ) ଓଡ଼ଗାଁ,ଶରଣକୁଳ :- ଆଜି ଅପରାହ୍ନ ଗୋଟାଏ ସମୟରେ ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ସମ୍ବର୍ଦ୍ଧନା ସଭାଗୄହରେ ସମ୍ବର୍ଦ୍ଧନା ପରିବାରର ସଭାପତି ନିରାକାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ପ୍ରଥମ କବି ସମ୍ମିଳନୀ,କବିତା ପାଠୋତ୍ସବ,ସମ୍ବର୍ଦ୍ଧନା ପର୍ବ ତଥା ସାହିତ୍ୟ ଉତ୍ସବ ପାଳନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୩୦ ତାରିଖ ଦିବା ୧୦ଘଟିକାରେ ସ୍ଥାନୀୟ ଗ୍ରୀନ୍ ପାର୍କ ପରିସରରେ ଉକ୍ତ ଉତ୍ସବକୁ ପ୍ରଶାସନର ସମସ୍ତ କୋଭିଡ୍ ନିୟମାନୁସାରେ ପାଳନ କରିବାକୁ ନିଷ୍ପତ୍ତିନିଆଯାଇଥିଲା ।

ଏହି ବୈଠକରେ ପ୍ରତିଷ୍ଠାତା ସଭ୍ୟ ଦୀନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ, ସୁଶାନ୍ତ କୁମାର ପାତ୍ର ଏବଂ ଉପସଭାପତି ରଞ୍ଜନ କୁମାର ଦାଶ,ସହ-ସଂପାଦକ ବାନାମ୍ବର ସାହୁ,ଶରତଚନ୍ଦ୍ରଷଡ଼ଙ୍ଗୀ,ପ୍ରହଲ୍ଲାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରତିଷ୍ଠିତ ପାଞ୍ଚଜଣ ସାହିତ୍ୟିକ ଅତିଥି ରୂପେ ଯୋଗଦେବା ସହ ପ୍ରାୟ ୩୦ ଜଣ ଲୋକପ୍ରିୟ କବି ତଥା ଲେଖକଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯିବାର ଯୋଜନା ରହିଛି ଏବଂ କଳା,ସାହିତ୍ୟ, ସେବା, ଧର୍ମ, ବିବିଧ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସଂଗେସଂଗେ ଜୀବନ ବ୍ୟାପି ସାହିତ୍ୟ ସାଧନା ପାଇଁ ଏକ ବିଶେଷ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଂପାଦକ ଯଶୋବନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି ।(ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version