ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଜେରା : ବିଧାୟକ ଲିଙ୍କ୍ ନେଇ ଭୟରେ ପଞ୍ଚାୟତ ଜନପ୍ରତିନିଧି

ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର,ରବିବାର ) ବ୍ରହ୍ମପୁର : – ବ୍ରହ୍ମପୁର ପାଠକ ପରିବାର ଏବଂ ହେବା କୁ ଥିବା ସମୁଦୀ ବିଧାୟକ ପ୍ରଦୀପ ଙ୍କ ଚାକିରୀ ମିଛ ଚାକିରୀ ପ୍ରଲୋଭନ ଲିଙ୍କ କୁ ଖଜୁଛି କ୍ରାଇମବ୍ରାଞ୍ଚ l ପୂର୍ବଦିନ ଖାଲଥାର୍ଡ କରିଥିବା ବେଳେ ବର୍ତମାନ ସୁଦ୍ଧା ବ୍ରହ୍ମପୁରରେ ଲିଙ୍କ ଖଜାଚାଲିଛି ଜଣେ ସରପଞ୍ଚ ଙ୍କୁ ଉଠାଇ କ୍ରାଇମବ୍ରାଞ୍ଜର ତଦନ୍ତ କରୁଥିବା ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କିଛି ଜନପ୍ରତିନିଧି ଙ୍କ ମନରେ କକୁଆଭୟ ଘାରିଥିବା ଶୁଣାଯାଇଛି ଅନ୍ୟ ପକ୍ଷେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍ କୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଜଣେ ଡିଏସପିଙ୍କ ସମେତ ଦୁଇ ଜଣ ଇନ୍ସପେକ୍ଟରଙ୍କୁ ନେଇ ୫ ଜଣିଆ ଟିମ୍ ତଦନ୍ତ କରୁଛନ୍ତି । ସେପଟେ ଜଣେ ସରପଞ୍ଚ ସମେତ ସିଟି କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ମଧ୍ୟ ଜେରା କରାଯାଇଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି ।

ଏହାରି ଭିତରେ ଆଉ କେତେକ ଲୋକଙ୍କୁ ଜେରା କରାଯିବାର ସମ୍ଭାବନା ରହିଛି । ଏହାକୁ ନେଇ ଏବେ ପ୍ରଦୀପଙ୍କ ସହଯୋଗୀ ଏବଂ ଲିଙ୍କ୍ ରେ ଥିବା ବ୍ୟକ୍ତି ବିଶେଷଙ୍କ ହୃତସ୍ପନ୍ଦନ ବଢିଯାଇଛି । କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ସେପଟେ ବୋରିଗାଁ ସରପଞ୍ଚ ବସନ୍ତ ସାହୁଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିବା କହିଛନ୍ତି । ବସନ୍ତଙ୍କ ପୁତୁରାକୁ ଟାଟାରେ ଚାକିରୀ କରାଇଦେବାକୁ ବିଧାୟକଙ୍କ ଭାଇ ଦେଢ ମାସ ପୂର୍ବେ କାଗଜପତ୍ର ମାଗିଥିବା ଅଭିଯୋଗ କରିଥିବା କହିଛନ୍ତି । ଏମିତି ଅନେକ ଲୋକଙ୍କୁ କ୍ରାଇମବ୍ରାଞ୍ଚ ମାରାଥାନ୍ ଜେରା କରୁଥିବା ଜଣାପଡିଛି । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version