ଅକ୍ଷୟ କୁମାର ଡାବର ଚ୍ୟବନପ୍ରାସର ନୂଆ ଚେହେରା

ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର,ରବିବାର ) ଭୁବନେଶ୍ୱର :- ଡାବର ଇଣ୍ଡିଆ ପକ୍ଷରୁ ବଲିଉଡ୍‌ର ଲୋକପ୍ରିୟ ତାରକା ତଥା ଫିଟନେସ୍‌ ବ୍ୟକ୍ତିତ୍ୱ ଅକ୍ଷୟ କୁମାରଙ୍କୁ ଏହାର ପ୍ରମୁଖ ସ୍ୱାସ୍ଥ୍ୟ ସପ୍ଲିମେଂଟ୍ ବ୍ରାଣ୍ଡ୍ ଡାବର୍‌ ଚ୍ୟବନପ୍ରାସ ପାଇଁ ନୂତନ ଚେହେରା ଭାବେ ଘୋଷଣା କରାଯାଇଛି । ଅକ୍ଷୟକୁମାରଙ୍କୁ ନେଇ ଏକ ନୂତନ ଅଭିଯାନ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଏହି ଅଭାବନୀୟ ସମୟରେ ଭିତରର ଦୃଢ଼ତା ଓ ଲଢ଼େଇ କରିବାର ଭାବ ଜାଗ୍ରତ କରିବା ଲାଗି ଭାରତୀୟମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଛି । ଡାବର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମୋହିତ ମଲହୋତ୍ରା କହିଛନ୍ତି ଯେ, “ଆମେ ବର୍ତମାନ ଯେଉଁ ସମୟରେ ଜୀବନ ଅତିବାହିତ କରୁଛେ ସେଠାରେ ରୋଗ ପ୍ରତିରୋଧକ ଶକ୍ତିର ଗୁରୁତ୍ୱ ଓ ଆବଶ୍ୟକତା ପୂର୍ବାପେକ୍ଷା ଅଧିକ ରହିଛି । ଆମ ଚାରିପାଖେ ବଡ଼ ବିପଦ ଘୁରି ବୁଲୁଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଜରୁରୀ ।

ଅଶ୍ୱଗନ୍ଧା, ଗିଲୟ, ଅଁଳା ଭଳି ୪୦ରୁ ଅଧିକ ପ୍ରକାରର ଜଡ଼ିବୁଟିର ଶକ୍ତି ଥିବା ଡାବର ଚ୍ୟବନପ୍ରାସ ସବୁ ବେଳେ ଦେଶର ସ୍ୱାସ୍ଥ୍ୟ ଗଠନ କରିବାର କାରଣକୁ ସର୍ବଦା ପାଳନ କରୁଛି । ଅକ୍ଷୟ କୁମାର ହେଉଛନ୍ତି ସ୍ୱାସ୍ଥ୍ୟ, ଫିଟନେସ୍ ଓ ଭିତର ଦୃଢ଼ତାର ପ୍ରତୀକ ଯାହା ଡାବର ଚ୍ୟବନପ୍ରାସର ଉପାଦା । ତାଙ୍କୁ ଡାବର ପରିବାରକୁ ସ୍ୱାଗତ କରି ଆମେ ବହୁତ ଖୁସି ।’’ ଅକ୍ଷୟ କୁମାର କହିଛନ୍ତି ଯେ, “ଡାବର ପରିବାରର ଏକ ଅଂଶ ହୋଇଥିବାରୁ ମୁଁ ଗର୍ବିତ ଏବଂ ଖୁସି । ବିଜ୍ଞାନ ଭିତିକ ଅସଲି ଆୟୁର୍ବେଦ ମାଧ୍ୟମରେ ଦେଶର ସ୍ୱାସ୍ଥ୍ୟ ଓ ଫିଟନେସ୍‌କୁ ଡାବର ନିରବଚ୍ଛିନ୍ନ ଭାବେ ସମୃଦ୍ଧ କରୁଛି ।

ମୁଁ ବିଶ୍ୱାସ କରେ ଯେ ଡାବର ଓ ମୁଁ ମିଳିତ ଭାବେ ଡାବର ଚ୍ୟବନପ୍ରାସକୁ ପ୍ରତିଟି ଘରେ ଓ ଲୋକମାନଙ୍କ ପାଖରେ ପହଂଚାଇବୁ, ଫଳରେ ଆମର ଦେଶର ମିଳିତ ଭାବେ ରୋଗ ପ୍ରତିରୋଧକ ଶକ୍ତି ଗଠନ କରିବ ଏବଂ ସବୁ ପ୍ରକାର ଆହ୍ୱାନର ମୁକାବିଲା କରିପାରିବ ।’’ ମ୍ୟାକାନ ୱାର୍ଲଡ୍ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରସୁନ୍ନ ଯୋଶୀ କହିଛନ୍ତି ଯେ, “ଡାବର ଚ୍ୟବନପ୍ରାସ ବ୍ରାଣ୍ଡ୍ ଭଳି ଅକ୍ଷୟ ହେଉଛନ୍ତି ଦେଶର ଜଣେ ଫିଟନେସ୍ ଆଇକନ୍ । ବ୍ରାଣ୍ଡ୍ ଓ ପ୍ରଚାରକଙ୍କ ମଧ୍ୟରେ ସମାନତା ରହିଛି । ମୁଁ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ଡାବରର ଅଂଶ ହୋଇ ରହିଛି ଏବଂ ଏହା ଶ୍ରେଷ୍ଠ ସ୍ଥାନକୁ ଯାତ୍ରା କରିବା ଦେଖିଛି । ବ୍ରାଣ୍ଡ୍‌ର ଯାତ୍ରାରେ ଏହା ହେଉଛି ଆଉ ଏକ ଶ୍ରେଷ୍ଠ ଅଧ୍ୟାୟ ଓ ଗ୍ରାହକଙ୍କ ସହିତ ସମ୍ପର୍କକୁ ଆହୁରି ଦୃଢ଼ କରିବ ।’’

Exit mobile version