ଡିସେମ୍ବର ୧୪ କୃଷକ ଆନ୍ଦୋଳନକୁ ସଫଳ କରିବାକୁ ନିବେଦନ

ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) ପାରଳାଖେମୁଣ୍ଡି : – କେନ୍ଦ୍ର ସରକାରକଂ ୩କଳା ଆଇନ ବିରୋଧରେ ଜନ ସମଥନ ପାଇଁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି.ଜିଲ୍ଲା କଂଗ୍ରେସ କମିଟି କାଯ୍ଯାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମୀଳନିରେ ଓଡିଶା ପ୍ରଦେଶ କିଷାନ କଂଗ୍ରେସ ର ଅଧ୍ଯକ୍ଷ ଅମୀୟ ପଟ୍ଟନାୟକ ଓ ବ୍ରହ୍ମପୁର ଲୋକସଭା ପ୍ରାଥି ୱି.ଚନ୍ଦ୍ରଶେଖର ନାଇଡୁ ଏଥିରେ ଯୋଗଦେଇ କୃଷକ ଆନ୍ଦୋଳନ ସଂପକରେ ସୂଚନା ଦେଇଥିଲେ.ଆସନ୍ତା ଡିସେମ୍ବର ୧୪ ତାରିଖ ପ୍ରତ୍ଯେକ ଜିଲ୍ଲାରେ ହେବାକୁ ଥିବା ବିକ୍ଷୋଭ କାଯ୍ଯକ୍ରମକୁ ସଫଳ କରିବାକୁ ସମସ୍ତକୁଂ ନିବେଦନ କରିଥିଲେ.କେନ୍ଦ୍ରର ୩ଟି କଳା କୃଷି ଆଇନକୁ ପ୍ରତ୍ଯାହାର କରିବା ସହ ରାଜ୍ଯ ସରକାର ବତ୍ତମାନର ସବନିମ୍ନ ସହାୟକ ମୂଲ୍ଯ ସହ ଅତିରିକ୍ତ ୫ଶହ ଟଂକା ବୋନସ ପ୍ରଦାନ ପାଇଁ ଦାବୀ କରାଯାଇଛି.

ଏହା ସହ ଆସନ୍ତା ଡିସେମ୍ବର ୧୫ ରୁ ଗଜପତି ଜିଲ୍ଲାରେ ମଣ୍ଡି ଖୋଲିବାକୁ ବି ଦାବୀ କରାଯାଇଛି.ଦେଶର ଜିଡିପି ବୃଦ୍ଦିରେ କୃଷକ ମାନଂକର ମୂଖ୍ଯ ଭୂମିକା ଥିବା ବେଳେ କୃଷକ ମାନଂକ ପାଇଁ କାହିଁକି ଅବହେଳା ବୋଲି ପ୍ରଶ୍ନ କରାଯାଇଛି.ବିମୁଦ୍ରିକରଣ,ଜିଏସ୍ ଟି ନାମରେ ବିରାଟ ଠକେଇ,ତ୍ରୁଟିପୂଣ୍ନ ଶିକ୍ଷା ନୀତି ପରେ ଏବେ ବହୁରାଷ୍ଟ୍ରୀୟ କଂପାନୀ କଂ ଫାଇଦା ପାଇଁ ଚାଷୀ ମାନଂକୁ ସବସ୍ବାନ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ହୀନ ଷଡଯନ୍ତ୍ର କରିଛନ୍ତି ବୋଲି ଲୋକସଭା ପ୍ରାଥି ୱି.ଚନ୍ଦ୍ରଶେଖର ନାଇଡୁ କହିଛନ୍ତି.ଏହି କାଯ୍ଯକ୍ରମରେ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା,ଗଂଜାମ ଜିଲ୍ଲା କୃଷକ କଂଗ୍ରେସର ସଭାପତି ବୃନ୍ଦାବନ ଖଟେଇ,ଶିବରାମ ପାତ୍ର,କୁନା ମାଝୀ,ଛାତ୍ର ନେତା ପତିତ ଗନ୍ତାୟତ,ତଥସତ ସୁବୁଦ୍ଦି,ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ. (ପାରଳାଖେମୁଣ୍ଡି /ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version