ବସୁଧା ପାନୀୟ ଜଳ ଯୋଗାଣ ଖାଇଲା ପିସି ଟାଙ୍କି ଫାଟି ପାଣି ଯାଉଛି ଖସି – ପଦ୍ମପୁର

 ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) ପଦ୍ମପୁର  :- ପାଇକମାଲ ବ୍ଲକ ର ବାଦିକଟା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସାପଲହର ଗ୍ରାମ ବାସିନ୍ଦା ଙ୍କ ଉତ୍କଟ ପାନୀୟ ଜଳ ସମସ୍ୟା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେଲା ପଂଚାୟତ ରାଜ ବିଭାଗ, ବରଗଡ଼ ଏକ ପାଣିଟାଙ୍କି ନିର୍ମାଣ କରିଥିଲେ l କିନ୍ତୁ ପାଣିଟାଙ୍କି ନିର୍ମିତ ହେବା ଦିନଠାରୁ ସର୍ବସାଧାରଣ ଙ୍କୁ ବିଛାଯାଇଥିବା ପାଇପ ରେ ଲୋକଙ୍କୁ ପାଣି ଯୋଗାଇ ଆସୁଥିଲେ ସୁଦ୍ଧା ନୂତନ ଭାବେ ନିର୍ମିତ ହୋଇଥିବା ପାଣି ଟାଙ୍କି ରେ ପାଣି ସଂଗ୍ରହଣ କରାଯାଇ ଲୋକ ଙ୍କ ଚାହିଦା ମୁତାବକ ପିଇବା ପାଇଁ ପାଣି ଯୋଗାଣ କରାନଯିବା ଫଳରେ ଲୋକ ଙ୍କ ଅସନ୍ତୋଷ ପ୍ରକାଶ ପାଇଥିଲା l

ଫଳରେ ପାଣିଚାଳକ ବାଧ୍ୟହୋଇ ଟାଙ୍କିରେ ପାଣି ଗଚ୍ଛିତ କରି ଲୋକଙ୍କୁ ଚାହିଦା ମୁତାବକ ଜଳଯୋଗାଣ ବ୍ୟବସ୍ଥା କରାଇଲେ , ହେଲେ କଣ ହେବ ଚାହିଦା ମୁତାବକ ଲୋକେ ପାଣି ମୁନ୍ଦାଏ ପାଇଲେ ସତ କିନ୍ତୁ ନୂତନ ନିର୍ମିତ ବସୁଧା ପାଣିଟାଙ୍କି ରେ ଫାଟ ସୃଷ୍ଟି ହୋଇ ପାଣି ନିର୍ଗତ ହେବାରେ ଲାଗିଛି l କେତେ ଟଙ୍କା ର ଅଟକଳ ରେ ଟାଙ୍କି ଟି କା ମାଧ୍ୟମରେ ତିଆରୀ ହୋଇଛି କେବେ ଆରମ୍ଭ , କେବେ ଶେଷ ହେଲା ଫଳକ ଟିଏ ମଧ୍ୟ ନାହିଁ l

 

ରାଜ୍ୟ ସରକାର ଙ୍କ ଜନହିତକର କାର୍ଯ୍ୟକ୍ରମ ଗୁଡିକ ଠିକ ସତ କିନ୍ତୁ ବାସ୍ତବିକ ଦେଖିବାକୁ ଗଲେ ବରଗଡ଼ ଜିଲ୍ଲା ରେ ସବୁ ପିସି କାରବାର ପାଇଁ ବସୁଧା ପରି ଗ୍ରାମିଣ କାର୍ଯ୍ୟକ୍ରମ ଗୁଡ଼ିକ ଦିଗହରା ଅବସ୍ଥା ରେ l ଏଣୁ ତୁରନ୍ତ ଏ ଦିଗରେ ତଦନ୍ତ ହେବା ସଙ୍ଗେ ସଙ୍ଗେ ଜନ ବହୁଳ ସାପଲହର ଗ୍ରାମ ରେ ନିର୍ମିତ ହୋଇଥିବା ପାଣି ଟାଙ୍କି କୁ ମରାମତି କରି ନିରନ୍ତର ଭାବେ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରିବାକୁ ଜନସାଧାରଣ ଦାବି କରନ୍ତି l    (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version