ପଥର ମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀ ଗୁରୁତର – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) ଢେଙ୍କାନାଳ :- ଜିଲ୍ଲା ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ୍ ଅନ୍ତର୍ଗତ କରଡାବଣି ଜଙ୍ଗଲରେ ପଥର ମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀ ଗୁରୁତର । ସୂଚନା ମୁତାବକ, ଆଜି ସକାଳୁ ସକାଳୁ ଷଡ଼ଙ୍ଗୀ ବନଖଣ୍ଡ କର୍ମଚାରୀ ଉକ୍ତ ଅଞ୍ଚଳରେ ଥିବା ବେଆଇନ ଖଣି ଖଦାନ ଗୁଡ଼ିକରେ ଚଢାଉ ଜାରି କରିଥିବା ବେଳେ ନିହଲପ୍ରସାଦ ଅନ୍ତର୍ଗତ କରଡାବଣି ଜଙ୍ଗଲରେ ଥିବା ୨୫ରୁ ଉର୍ଦ୍ଧ୍ବ ପଥର ମାଫିଆଙ୍କ ଅତର୍କିତ ଆକ୍ରମଣରେ

ଜଣେ ବନ କର୍ମଚାରୀଙ୍କ ମୁଣ୍ଡରେ ଆଘାତ ହେବା ସହ ୫ ଜଣ ଗୁରୁତରଙ୍କୁ ସ୍ଥାନୀୟ ବରପଦା ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ପଠାଯାଇଛି।ବନ କର୍ମଚାରୀଙ୍କ ଠାରୁ ମୋବାଇଲ ଓ କିଛି ସାମଗ୍ରୀ ଲୁଟ୍ ମଧ୍ୟ ହୋଇଛି । ଏ ବିଷୟରେ ଜିଲ୍ଲାପାଳଙ୍କୁ ଫୋନ୍ ମାଧ୍ୟମରେ ଜଣାଇବା ସହିତ ନିହଲପ୍ରସାଦ ଥାନାରେ ଲିଖିତ ଅଭିଯୋଗ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚନ୍ଦ୍ର ଯୋଗିନେନି । (ରିପୋର୍ଟ୍ ଅମର ରଞ୍ଜନ ଦାସ)

Exit mobile version