
ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) ରଣପୁର :- ରଣପୁର ବ୍ଲକ ରାଜସୁନାଖଳା ଅନ୍ତର୍ଗତ ବଧିପାଟଣା ଗ୍ରାମର ସଞ୍ଜୟ ସାହୁଙ୍କ ଝିଅ ଶ୍ୱାତି ସାହୁ ଗତ ଶୁକ୍ରବାର ଦିନ ଗାଁ ଦାଣ୍ଡ ରେ ସନ୍ଧ୍ୟା ବେଳେ ଖେଳୁଥିବା ସମୟରେ ନିଖୋଜ ଥିବା କଥା ସାମ୍ନା କୁ ଆସିଥିଲା । ସୂଚନାନୁସାରେ କୁନି ପିଲାଟି କୁ ଖୋଜିବା ପାଈଁ ରଣପୁର ଆଇଆଇସି ,ଏସ୍ ଡି ପିଓ ତଥା ଅଗ୍ନିଶମ ବିଭାଗ ଅଧିକାରୀ ତତ୍ପର ହୋଇ ଉଠିଛନ୍ତି ।
୩ ବର୍ଷର ଶିଶୁକନ୍ୟା ଟିକୁ ଖୋଜିବା ପାଈଁ ଆଜି ସକାଳ ୬ ଟାରୁ ଅଗ୍ନିଶମ ବିଭାଗ ପକ୍ଷରୁ ନଦୀ , ପୋଖରୀ ଖୋଜା ଖୋଜି କରିବା ସହ ରଣପୁର ଥାନା ଆଇଆଇସି ଙ୍କ ସମେତ ସୁନଖଳା ଫାଣ୍ଡି ଅଧିକାରୀ ବହୁ ସ୍ଥାନ ଖୋଜାଖୋଜି ଆରମ୍ଭ କରିଛନ୍ତି । କୁନି ଝିଅ ଟିର ବାପା ମାଆ ଙ୍କ ବୟାନ ଅନୁସାରେ ପ୍ରତ୍ୟକ ଗ୍ରାମ ଖୋଜା ଚାଲିଛି ଏବଂ ଅଧିକ ରୁ ଅଧିକ ତଦନ୍ତ ଚଳାଇଛନ୍ତି ରଣପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ।
ଶିଶୁ କନ୍ୟା ଟିର ଅଭିଭାବକ ଏହାକୁ ଅପହରଣ ହୋଈଛି ବୋଲି ଆଭିଯୋଗ କରିଛନ୍ତି ଏହାକୁ ଭିତ୍ତି କରି ଉକ୍ତ ଶିଶୁ କନ୍ୟା କୁ ଖୋଜିବା ପାଈଁ ପ୍ରୟାସ ଜାରି ରହିଛି । ୩ ବର୍ଷ ର ଶିଶୁ କନ୍ୟା ନିଖୋଜ ରେ ଅଭିଭାବକ ତଥା ଗ୍ରାମବାସୀ ଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । (ରିପୋର୍ଟ /ରାଜେଶ ପଟ୍ଟନାୟକ)
