ସମାଜ ସେବା ପାଇଁ ରେଷ୍ଟୁରାଣ୍ଟ ଖୋଲିଲେ ମମତା ରାୟ । ମହିଳା ସ୍ବାବଲମ୍ବୀର ଏକ ଅନନ୍ୟ ନିଦର୍ଶନ ହାଉସ ଅଫ ଫ୍ଲେଭର୍ସର ଶୁଭ ଉନ୍ମୋଚନ

ଓଡ଼ିଶା ତାଜା ନ୍ୟୁଜ (୧୨ ଡିସେମ୍ବର ଶନିବାର ) କଟକ :- କେତେବେଳେ ବସ୍ତି ଅଞ୍ଚଳରେ ରକ୍ତ ହୀନତା ଶିଶୁମାନଙ୍କର ରକ୍ତ ନମୂନା ପରୀକ୍ଷା କରାଇ ମାଗଣାରେ ଔଷଧ ବଣ୍ଟିବାରେ ସମୟ ନିର୍ବାହ କରନ୍ତି ତ ପୁଣି କେତେବେଳେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସିଲେଇ , ବିୟୁଟି ସିଆନ ଶିକ୍ଷା ପ୍ରଦାନ କରୁଥିବା ମହିଳା ଜଣକ ମହାମାରୀ କରୋନା ସମୟରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଅସହାୟ ରୋଗୀଙ୍କୁ ଖାଦ୍ଯ ବାଣ୍ଟି ଖୁସି ଅନୁଭବ କରନ୍ତି ପୁଣି ଅସହାୟ ରୋଗୀ ଙ୍କ ସେବାରେ ସମୟ ବିତାଇଛନ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ମମତା ରାୟ ।

କାହାରି ପାଖରେ ହତ ନପତାଇ ନିଜେ କ୍ଯାଟରିଂ ବ୍ଯବସାୟ କରି ଲାଭ ଅଂଶକୁ ମାନବ ସେବା ପାଇଁ ଉପଯୋଗ କରନ୍ତି । ଏବେ ଆଉ ଏକ ପଦକ୍ଷେପ ନେଇଛନ୍ତି କଟକ ହରିପୁର ରୋଡ଼ ସ୍ଥିତ ଲର୍ଡ୍ସ ହୋଟେଲ ପରିସରରେ ଏକ ରେଷ୍ଟୁରାଣ୍ଟ କରି ଲାଭାଂଶକୁ ସମାଜସେବାରେ ବିନିଯୋଗ କରିବାକୁ ସ୍ଥିର କରିଛନ୍ତି । ମହିଳା ସଶକ୍ତୀକରଣ ଏବଂ ମହିଳା ସ୍ବାବଲମ୍ବୀର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ଆଜି କଟକ ହରିପୁର ସ୍ଥିତ ଲର୍ଡ୍ସ ହୋଟେଲ ପରିସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ମମତା ରାୟଙ୍କ ପରିଚାଳନାରେ “ହାଉସ ଅଫ ଫ୍ଲେଭର୍ସ” ରେଷ୍ଟୁରାଣ୍ଟ ଉନ୍ମୋଚିତ ହୋଇଯାଇଛି ।

ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ରାୟ ଏହି ରେଷ୍ଟୁରାଣ୍ଟକୁ ଫିତା କାଟି ଉଦ୍ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ଯତମ ଅତିଥି ବ୍ଯଙ୍ଗକବି ଡକ୍ଟର ଧର୍ମଛଡା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ରବିନ୍ଦ୍ର ନାଥ ରାୟ , ଅଭିଜିତ ରାୟ , ରୁପେସ କୁମାର ବାରିକ, ଆଦିତ୍ୟ ମହାରଣା , ଭବାନୀ ଶଂକର ମହାରଣା , ସୌଭିତ ଦ୍ବିବେଦୀ , ଶୁଶ୍ରୀ ବିଶ୍ବାଳ , ମନଷା ରାୟ , ସିଦ୍ଧାନ୍ତ ମହାନ୍ତି , ଲିପ୍ସା ମହାନ୍ତି ଏବଂ ଅଂଶୁମାନ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।           (ରିପୋର୍ଟ ବିଭୁ ପ୍ରସାଦ ନାୟକ )

Exit mobile version