ଗିରଫ ହୋଇ ଥିବା ଲୁଟେରାମାନେ କଟକ-ଭୁବନେଶ୍ୱର ଜାତୀୟ ରାଜପଥ , ପୁରୀ ଵାଇପାସ ରାସ୍ତା , ରିଙ୍ଗରୋଡ଼ ରାସ୍ତ , କଟକ- ପାରାଦୀପ ରାସ୍ତା , ଭୁବନେଶ୍ୱର -ଖୋର୍ଦ୍ଧା ରାସ୍ତାରେ ବାଇକ୍ ପଛରେ ବସିଥିବା ମହିଳା ମାନଙ୍କୁ ଟାର୍ଗେଟ କରି ରୀତିମତ ସୁନା ଚେନ ଲୁଟ କରିଥାନ୍ତି ।
ଓଡ଼ିଶା ତାଜା ନ୍ୟୁଜ (୧୧ ଡିସେମ୍ବର ଶୁକ୍ରବାର ) କଟକ :- ସ୍ପିଡି ବାଇକ ଜରିଆରେ ରାସ୍ତାରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ ଲୁଟି ଆଖି ପିଛୁଳାକେ ଚମ୍ପଟ ମାରୁଥିବା , ଆଠ ଜଣ ସୁନା ଚେନ ଲୁଟେରାଙ୍କୁ , କଟକ ସଦର ପୋଲିସ ଏବଂ ସ୍ପେଶାଲ ସ୍କାର୍ଡ଼ ଟିମ ମିଳିତ ଭାବେ ବିଭିନ୍ନ ସ୍ଥାନରେ,ଚଢ଼ାଉ କରି ଗିରଫ କରିବାରେ ସଫଳ ହୋଇଛି । ଗିରଫ ଲୁଟେରାଙ୍କ ଠାରୁ ପୋଲିସ ୬ ଲକ୍ଷ୍ଯ ଟଙ୍କାର ୧୩ଟା ୧୧୨ ଗ୍ରାମ ଓଜନର, ଲୁଟ ହୋଇଥିବା ସୁନା ଚେନ , ଗୋଟିଏ ଦେଶୀ ବନ୍ଧକ ଏବଂ ଲୁଟ କାର୍ଯ୍ୟରେ ବ୍ୟବହୃତ ହେଉଥିବା ତିନୋଟି ସ୍ପିଡି ବାଇକ୍ କୁ ପୋଲିସ ଜବତ କରିଛି । ଏନେଇ କଟକ ସଦର ଥାନାରେ ୬୩୮/୨୦୨୦ ରେ ମାମଲା ରୁଜ୍ଜୁ କରାଯାଇଛି । ଶନିବାର ଗିରଫ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯିବ । ଗିରଫ ହୋଇ ଥିବା ଲୁଟେରାମାନେ କଟକ-ଭୁବନେଶ୍ୱର ଜାତୀୟ ରାଜପଥ , ପୁରୀ ଵାଇପାସ ରାସ୍ତା , ରିଙ୍ଗରୋଡ଼ ରାସ୍ତ , କଟକ- ପାରାଦୀପ ରାସ୍ତା , ଭୁବନେଶ୍ୱର -ଖୋର୍ଦ୍ଧା ରାସ୍ତାରେ ବାଇକ୍ ପଛରେ ବସିଥିବା ମହିଳା ମାନଙ୍କୁ ଟାର୍ଗେଟ କରି ରୀତିମତ ସୁନା ଚେନ ଲୁଟ କରିଥାନ୍ତି ।
