ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟି ର ବୈଠକ

ଓଡ଼ିଶା ତାଜା ନ୍ୟୁଜ (୧୧ ଡିସେମ୍ବର ଶୁକ୍ରବାର ) ବରଗଡ଼ :- ବରଗଡ଼ ଡିଆରଡିଏ ସମ୍ମିଳନୀ କକ୍ଷରେ ରବି ଋତୁ ପାଇଁ ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟି ର ବୈଠକ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲା ରେ ରବି ଋତୁରେ ସମୁଦାୟ ୧୩୭୮୮୩ ହେକ୍ଟର ଚାଷ ଜମି ରେ ବିଭିନ୍ନ କିସମର ଚାଷ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ସେଥି ମଧ୍ୟରୁ ଜିଲ୍ଲା ରେ ଜଳ ସେଚିତ ୭୯୭୯୯ ହେକ୍ଟର ଚାଷ ଜମି ରୁ ୭୯୦୬୦ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ସ୍ଥିର ହୋଇଥିଲା ।

ସେହିପରି ଚାଷୀ ଙ୍କୁ ଆୟର ସ୍ରୋତ ଦ୍ଵିଗୁଣିତ କରିବା ପାଇଁ ତଥା ଫସଲ ଅମଳ ଭଲ ହେବା ନେଇ ଉତ୍ତମ ନୀତି ପ୍ରସ୍ତୁତି ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । କୃଷି ଏବଂ ଏହାର ପାରିପାର୍ଶ୍ବିକ ବିଭାଗ ଗୁଡ଼ିକୁ ନେଇ ପାରସ୍ପରିକ ସହଯୋଗ ରେ ଏକ ଉତ୍ତମ କାର୍ଯ୍ୟ ଯୋଜନା ହିଁ ଚାଷୀ ଙ୍କୁ ଲାଭବାନ କରିପାରିବ ବୋଲି କହିଥିଲେ । ପ୍ରତ୍ୟେକ କୃଷି ଜାତ ଦ୍ରବ୍ଯ ର ଉତ୍ତମ ବଜାର ବ୍ୟବସ୍ଥା ଓ ଗୋଦାମ ଘର ଉପରେ ଗୁରୁତ୍ୱାରୋପ କରିଥିଲେ । ମୃତ୍ତିକା ପରୀକ୍ଷା କରାଯାଇ ସାରର ପ୍ରୟୋଗ, ଧାଡ଼ି ଏହା, ଧାଡ଼ି ବୁଣା, ପର୍ଯ୍ୟାୟ ଚାଷ ଉପରେ ପ୍ରାଧାନ୍ୟ ଦେବାକୁ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟ ଯୋଜନା ରେ ଜୈବିକ ଚାଷ ପାଇଁ ସରକାର ଙ୍କ ତରଫ ରୁ ବିଭିନ୍ନ ପ୍ରୋତ୍ସାହନ ମଧ୍ୟ ରହିଛି ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ  । ସେହିପରି ଜିଲ୍ଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ ମିଠା ମକ୍କା, ପନିପରିବା, ଡାଲି ଜାତୀୟ ଶସ୍ୟ, ତୈଳ ବୀଜ, ମାଣ୍ଡିଆ ଆଦି ଅଣଧାନ କରି ବାକୁ ଗୁରୁତ୍ୱାରୋପ କରିଥିଲେ । ଏବେ ଚାଷ ଆଧୁନିକୀକରଣ ଦ୍ବାରା କରାଗଲେ ଅଧିକ ଅମଳ ସହ ଚାଷୀ ଲାଭନ୍ବିତ ହୋଇପାରିବ, ଏଥି ପାଇଁ ସରକାରୀ ପ୍ରୋତ୍ସାହନ ରହିଛି ବୋଲି ସେ କହିଥିଲେ । ବୈଠକ ରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ଜିଲ୍ଲା ର ସମସ୍ତ କୃଷି ଅଧିକାରୀ ଏବଂ ସ୍ବେଚ୍ଛାସେବୀ ସଂଗଠନ ଗୁଡ଼ିକ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version