ରାଇରଙ୍ଗପୁର ଉପକାରାଗାର ରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୦ ଡିସେମ୍ବର , ଗୁରୁବାର ) ରାଇରଙ୍ଗପୁର :-  ଓଡ଼ିଶା ରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଦିନଟିକୁ ବିଶ୍ୱ ମାନବାଧିକାର ଦିବସ ରୂପେ ମଧ୍ୟ ପାଳନ କରାଯାଏ । ରାଇରଙ୍ଗପୁର ଉପକାରାଗାର ରେ ଏହି ଦିବସଟିକୁ ଅତି ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ କରାଯାଇଛି ।  ୨/୩ ଦିନ ପୂର୍ବରୁ କାରାଗାର ର ଅନ୍ତେବାସୀଙ୍କ ନିମିତ୍ତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ରଖାଯାଇଥିଲା । ୧୭୦ ପୁରୁଷ ଓ ମହିଳା ଅନ୍ତେବାସୀଗଣ ଏହି ସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅଲପନା, ସଧାରଣଜ୍ଞାନ, ମ୍ୟୁଜିକ ଚେୟାର, ଲୁଡୋ, ଚେସ, କ୍ୟାରମ, ନୃତ୍ୟ ପ୍ରଭୃତି ପ୍ରତିଯୋଗିତାରେ ସମସ୍ତ ଅନ୍ତବାସୀ ବହୁ ଉତ୍ସାହର ସହିତ ଅଂଶଗ୍ରହଣ କରି ଏହି କାର୍ଯ୍ୟକ୍ରମ ଗୁଡିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ଡି. ପି.ଏସ. ମାଣିକେଶ୍ୱରୀ ଏହି ଦିବସରେ ସଭାପତିତ୍ୱ କରିଥିଲେ । ସେ ସମସ୍ତ ପ୍ରତିଯୋଗିତାରେ ଭାଗନେଇ ଅନ୍ତେବାସୀ ଙ୍କୁ ଉତ୍ସାହିତ କରିଥିଲେ । କାରାଗାର ଅଧକ୍ଷକ ଶ୍ରୀ ଜୀବନ ସିଂହାମୁଣ୍ଡା କାର୍ଯ୍ୟକ୍ରମ ରେ ପୌରହିତ୍ୟ କରିଥିଲେ । ଉପକାରାଗାର ର ଫର୍ମାଷ୍ଟିକ ଶ୍ରୀ ରଂଜିତ ନାୟକ, ଉପ ସହକାରୀ କାରାପାଳ ଶ୍ରୀ ଗାଦି ଚରଣ ଦାସ, ମହିଳା କାରାରକ୍ଷୀ ଶ୍ରୀ ସେବତୀ ଦାସ ଏବଂ ସମସ୍ତ କାରାଗାର କର୍ମଚାରୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଅନ୍ତେବାସୀ ଙ୍କ ନିମିତ୍ତ ଏହା ଏକ ଅଦ୍ଭୂତପୂର୍ବ ମାନବୀୟ ମୂଲ୍ୟବୋଧ ସମ୍ବଳିତ ପ୍ରୟାସ । ଓଡ଼ିଶା ସରକାର ଓ ରାଇରଙ୍ଗପୁର ଉପକାରା ର କର୍ମଚାରୀ ବୃନ୍ଦଙ୍କ ଏଭଳି ପଦକ୍ଷେପ ତିବ୍ର ସରାହନୀୟ ହୋଇପାରିଛି ।

Exit mobile version