ଓଡ଼ିଶା ତାଜା ନ୍ୟୁଜ (୧୦ ଡିସେମ୍ବର , ଗୁରୁବାର ) ପଦ୍ମପୁର :- ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମର ସ୍କୁଲ ଗୃହ ଭାଙ୍ଗି ପଡି ରହିଛି । ଏ ଦିଗରେ ପ୍ରଶାସନ ର ଦୃଷ୍ଟି ପଡୁନାହିଁ । ଦେଖିବାକୁ ଭୟଙ୍କର ଅବସ୍ଥା ଶ୍ରେଣୀ କୋଠରୀ । ଶିକ୍ଷା ବିଭାଗ ସଂପିଆ ସ୍କୁଲ ଗୃହ ପାଇଁ ସମ୍ପୂର୍ଣ୍ଣ ଭାବେ ଆଖିବୁଜି ଦେଇଛି । କିଛି ଦିନ ତଳେ ପଦ୍ମପୁର ବ୍ଲକ ଜେଇ ପ୍ରଶାନ୍ତ କୁମାର ସେଠୀ,କଂସର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିକାନ୍ତ ସାହୁ,ଟିସି ଟିକେନ୍ଦ୍ର ସାହୁ ସଂପିଆ ଗ୍ରାମର ଏକ ଡ୍ରେନ କାର୍ଯ୍ୟ ପାଇଁ ଆସିଥିଲେ । ଏଠାରେ ସମାଜ ସେବୀ ଯୁଧିଷ୍ଠିର ବାରିକ ଉପସ୍ଥିତ ଥିଲେ ଏବଂ ଶ୍ରୀ ବାରିକଙ୍କ ଅନୁରୋଧ କ୍ରମେ ଜେଇଙ୍କ ସହ ଅନ୍ୟ କର୍ମଚାରୀ ମାନେ ମଧ୍ୟ ସ୍କୁଲ ଭିତରକୁ ଯାଇ ଦେଖିଥିଲେ । ଜେଇ ମହୋଦୟ ତୁରନ୍ତ ଏହାର ଏକ ସ୍କୁଲ ଗୃହ କରାଯିବ ବୋଲି କହିବାରୁ ସଂପିଆ ଗ୍ରାମବାସୀ ଜେଇ ଙ୍କୁ ପ୍ରଶଂସା କରିଥିଲେ । ( ରିପୋର୍ଟ -ନିରୋଜ କୁମାର ପାଣୀ )
ସମ୍ପିଆରେ ନୂତନ ସ୍କୁଲ ଗୃହ ପାଇଁ ଜେଇଙ୍କ ପ୍ରତିଶ୍ରୁତି

Related Content
Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured
by
Proprietor Abhimanyu Maharana
November 9, 2026
ପଞ୍ଚାୟତରେ ରିଲିଫ ତାତି : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ପରେ ଚାଉଳ ଓ ଟଙ୍କା ବଣ୍ଟନ ଆରମ୍ଭ
by
Proprietor Abhimanyu Maharana
November 9, 2026
ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତାକାଲିଠାରୁ ୫୯ତମ କୁମାର ଉତ୍ସବ : ଶ୍ରୀକ୍ଷେତ୍ର କୁମାର ଭଵେଶ ରୋଶନ ସ୍ବାଇଁ ଶ୍ରୀକ୍ଷେତ୍ର କୁମାରୀ ଶ୍ଵେତପଦ୍ମା ଦାଶ
by
Proprietor Abhimanyu Maharana
November 9, 2026
ଦୀପାବଳି ଅବସରରେ ସ୍ଵର୍ଗଦ୍ଵାର ସେବକ ମାନଙ୍କୁ ନୂତନ ପୋଷାକ ,ପ୍ରୋତ୍ସାହନ ରାଶି ଓ ମିଷ୍ଟାନ୍ନ ବଣ୍ଟନ
by
Proprietor Abhimanyu Maharana
November 9, 2026
ପୋଲିସ ପକ୍ଷରୁ ହେଭେନ୍ ସ୍ପା ସେଣ୍ଟରରେ ଚଢାଉ : ଚାରିଜଣ ଅଟକ
by
Proprietor Abhimanyu Maharana
November 9, 2026
ନିମାପଡ଼ା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଦ୍ୱାରା ପୋଷ୍ଟର ପ୍ରଦର୍ଶନୀ
by
Proprietor Abhimanyu Maharana
November 9, 2026