ଗଜପତି ଜିଲ୍ଲା ପୋଲିସ, ଅବକାରୀ, ରାଜସ୍ବ ଓ ବନ ବିଭାଗର ମିଳିତ ଭାବେ ଚଢ଼ାଉ ; ୧୩ କୋଟି ୩୫ ଲକ୍ଷ ଟଙ୍କାର ୧ଲକ୍ଷ ୩୪ ହଜାର ୭୦୦ଟି ଗଞ୍ଜେଇ ଗଛ ପୋଡ଼ି ନଷ୍ଟ

ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ପାରଳାଖେମୁଣ୍ଡି :-  ଜିଲ୍ଲା ପୋଲିସ , ଅବକାରୀ ଓ ରାଜସ୍ଵ ବିଭାଗ ମିଳିତ ଭାବେ ଆଜି ନୂଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତ ଅନ୍ତର୍ଗତ ଲିତିଙ୍ଗି ଗ୍ରାମ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇ ଥିବା ନେଇ ଆର.ଉଦୟଗିରି ଥାନାଧିକାରୀ ମମତା ନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଆର ଉଦୟଗିରି ଏସ ଡି ପି ଓ ଅନିଲ କୁମାରଙ୍କ ପ୍ରଧାନ ଙ୍କ ନେତୃତ୍ୱରେ ଥାନାଧିକାରୀ ମମତା ନାୟକ ,ଅବକାରୀ ,ବନ ଓ ରାଜସ୍ବ ବିଭାଗ

କର୍ମଚାରୀଙ୍କ ମାନେ ଚଢାଉ କରି ନୂଆଗଡ ବ୍ଲକ ଅନୁଗୁର ପଞ୍ଚାୟତର ଲିତୀଙ୍ଗି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୬୩.୩୫ଏକର ଜମିରେ ବେଆଇନ ଭାବେ ଲଗା ଯାଇଥିବା ୧ ଲକ୍ଷ ୩୪ହଜାର ୭୦୦ଟି ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୧୩ କୋଟି୪୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ଆର ଉଦୟଗିରି ଥାନା କେସ୍ ନଂ-୧୧୦୵୨୦୨୦NDPS Act ର ଧାରା20(କ)(।)ରେ ମାମଲା ରୁଜୁ ହୋଇଛି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ଓ ବନବିଭାଗ କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ l (ଗରୁଡ ଧ୍ଵଜ ଚୌଧୁରୀ /ଗଜପତି )

Exit mobile version