ଇଣ୍ଡିଆନଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ସହ ହିରୋ ସ୍ପିଲଣ୍ଡାର ଧକ୍କା ; ବାଇକ ଚାଳକ ଅଳ୍ପକେ ବର୍ତିଲେ ଦୁଇ ଜଣ

ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ଗଜପତି ,ରାୟଗଡ :-  ଗଜପତି ମୋହନା ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ଇଣ୍ଡିଆନଗ୍ୟାସ ବଝେଇ ଟ୍ରକ ଗାଡି ସଂଖା ଓଡ଼ି 07 ଏଡ଼ି-9099 ବିପରୀତ ଦିଗରୁ ରାୟଗଡ ଅଭିମୁଖେ ଆସୁଥିବା ହିରୋ ସ୍ପିଲଣ୍ଡାର ବାଇକ ସହ ଧକା ହବା ପୂର୍ବରୁ ଗାଡି ଛାଡି ବିଲକୁ ଡେଇପଡି ଥିଲେ l ଫଳରେ ଅଳ୍ପକେ ବର୍ତି ଯାଇଥିଲେ ଦୁଇ ଜଣ ଚାଳକ ଉକ୍ତ ବାଇକ ଚାଳକ ଡାଳିମ୍ବପୁରୁ ଗ୍ରାମର ମକର ପ୍ରଧାନ (40) 2 , ଟୁନା ପ୍ରଧାନ (30) ମଟର ଗାଡି ସଂଖ୍ୟା ଓଡ଼ି 20-1446 , ଉକ୍ତ ଦୁର୍ଘଟଣା ରାୟଗଡ ମୁଖ୍ୟ ସଡ଼କ ବାଲିଆ ବିଲ ନିକଟରେ ଏକ ଅଟୋ ଠିଆ ହୋଇ

ରହିଥିଲା ଅଟୋ ସାମ୍ନାରେ ଏକ ଲୁନା ଗାଡ଼ି ରହିଥିବା ଯୋଗୁଁ ବାଇକ ଚାଳକ ଟ୍ୱେମ୍ପୁ କୁ କାଟି ଆଗକୁ ଗଲା ବେଳେ ଲୁନା ଗାଡିକୁ ଧକ୍କା ହେବାରୁ ବାଇକ କୁ ଛାଡି ଡେଇଁ ପଡ଼ିଥିଲେ l ସାମ୍ନା ପଟରୁ ଅସହୁଥିବା ଗ୍ୟାସ ଗାଡ଼ି ଚକା ତଳେ ବାଇକ ପଶିଯାଇ ଥିଲା ଏଥିରେ କେହି ମୃତ ହାତ ହୋଇନାହାନ୍ତି l ରାୟଗଡ଼ ଥାନା ପଖରୁ ଦୁଇ ଗାଡ଼ିକୁ ଜବତ କରି ଥାନାକୁ ଅଣାଯାଇଅଛି ଆହାତ ଦୁଇ ବାଇକ ଚାଳକକୁ ନିକଟସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା  କରାଯାଇଥିବା ଜଣାପଡିଛି l     (ରିପୋର୍ଟ –ସଞ୍ଜୀବ କୁମାର ପାଣି

Exit mobile version