ମାଣ୍ଡୋସିଲ୍ ଧାନ ମଣ୍ଡିରେ ଚାଷି ମଧ୍ଯ ରେ ଆଶଙ୍କା

ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମାଣ୍ଡୋସିଲ୍ ଧାନମଣ୍ଡିରେ ଚାଷି ମାନଙ୍କ ମଧ୍ୟରେ ଆଶଙ୍କା ଦେଖା ଦେଉଛି l ସରକାରଙ୍କ ନିୟମ ଅନୁସାରେ ଟୋକନର ବ୍ୟବସ୍ଥା କରି ତାରିଖ ଧାର୍ଯ୍ୟ କରାଯାଇ ଧାନ ଉଠାଇବାର ବ୍ୟବସ୍ଥା କରାଯାଇଛି l ଧାନ ଉଠାଇବାରେ ବିଳମ୍ବ ହେଉଛି l ବହୁତ ଧାନ ମଣ୍ଡିରେ ଗଦା ହୋଇ ରହିଅଛି ଏବଂ ଧାନ ଆସିବାର ବାକି ଅଛି l ଯଦି ଟୋକନ ର ଧାର୍ଯ୍ୟ ତାରିଖ ଶେଷ ହୋଇ ମଣ୍ଡିରେ ଧାନ ପଡି ରହିବ l

ତେବେ ଚାଷି କିପରି ଭାବରେ ଧାନ ବିକ୍ରି କରି ପାରିବ ସେଇଟା ଚାଷି ମନ ଭିତରେ ବଡ ପ୍ରଶ୍ନ ? ତେଣୁ କେମିତି ଭାବରେ ଯଥା ଶୀଘ୍ର ଟୋକନ ର ଧାର୍ଯ୍ଯ ତାରିଖ ଅନୁସାରେ ଧାନ ଉଠା ଯାଇପାରିବ ଏବଂ ମଣ୍ଡିରେ ଧାନ ରହିଗଲେ ତାକୁ ନେବା ପାଇଁ ବ୍ୟବସ୍ଥା କରିବା ପାଇଁ ଚାଷି ମାନଙ୍କ ମଧ୍ୟରେ ଶେଖ୍ ମହମ୍ମଦ ହନିଫ୍, ଗୟାଧର ବାଗ, ବାସୁଦେବ ବରିହା, ଚକ୍ରପାଣି ଦଣ୍ଡସେନା ଓ ରାମକୃଷ୍ଣ ରେଡ୍ଡୀ ସରକାର ଙ୍କୁ ଅନୁରୋଧ କରିଛନ୍ତି l ( ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version