ଗୁମ୍ମା ବ୍ଲକର ଦଶମ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ଦଶମ ତମ ସମିତି ବୈଠକ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । କୋଭିଡ଼ ନିୟମ ଅନୁସାରେ ଏହି ବୈଠକ ଅନୁଷ୍ଠିତ କରାଯାଇଥିଲା । ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି,ବିମଳ କୁଂମାର ଦଳେଇ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ,ବିଡିଓ ନଟବର ଗରୋଡ଼ା,ଜିଲ୍ଲା ପରିଷଦ ସଭ୍ୟ, ଏଇଇ,ସିଡିପିଓ,ଏବଂ ପ୍ରତେକ ପଞ୍ଚାୟତ ର ସରପଞ୍ଚ ସମସ୍ତ ସମିତି ଅପସ୍ଥିତ ଥିଲେ  । ପ୍ରଥମେ ପୂର୍ବ ବୈଠକର ବିବରଣୀ ପାଠ କାରାଯାଇଥିଲା ପରେ ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ପାନୀୟ ଜଳଯୋଗାଣ, ମହିଳା ଓ ଶିଶୁ ବିଭାଗ, ଉପରେ ଗୁରୁତ୍ୱ ଦିଆଯାଇଥିଲା ।

୨୦୨୦-୨୧ ଆର୍ଥିକ ବର୍ଷ ର ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପାଇଁ ଅଟକଳ ମଞ୍ଜୁରୀ, ବ୍ଲକ ସ୍ତରୀୟ କମିଟି ଗଠନ ବିଭିନ୍ନ ବିଭାଗର କୋଠାବାଡି ଆଦିକୁ ପଞ୍ଚାୟତରାଜ ବିଭାଗ କୁ ହସ୍ତାନ୍ତର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ସାହି ଆଲୋକୀକରଣ ଅଙ୍ଗନବାଡି ନିର୍ମାଣ ମରାମତି ଆଲୋଚନା କରିବା ସହ ପାନିୟ ଜଳ ଯନ୍ତ୍ରୀ ନ ୧ ଓ ୨ଙ୍କ ଉପରେ କାଯ୍ୟରେ ଅବ ହେଳାକୁ ନେଇ ସମସ୍ତ ସରପଞ୍ଚ ସମିତି ମାନେ ଗୃହରେ ହୋ ହାଲା କରିଥିଲେ l ଏହା ପରେ ବ୍ଲକରେ ଲାଗି ରହିଥିବା ସମସ୍ତ ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା l  (ଗରୁଡ ଧ୍ଵଜ ଚୌଧୁରୀ / ଗଜପତି )

Exit mobile version