ପ୍ରଥମା ଅଷ୍ଟମୀ…

ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର )ଭୁବନେଶ୍ଵର :-

ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀରେ
ପ୍ରଥମାଷ୍ଟମୀ ଏଦିନ
ପ୍ରଥମ ସନ୍ତାନ ଦେଇ ଶ୍ରେଷ୍ଠ ସ୍ଥାନ
ହୋଇଥାଏ ବନ୍ଦାପନ।।୧।।
ଜ୍ୟେଷ୍ଠ ପୁତ୍ର ହେଉ ଅଥବା ଦୁହିତା
ପାଇଥାନ୍ତି ସନମାନ
ଷଠୀ ମାଆଙ୍କର ପୂଜା କରାଯାଏ
ଆୟୁଷ କରି ଯାଚନ ।।୨।।
ମାମୁଁ ଘରୁ ଆସେ ନୂଆଁ ଲୁଗାପଟା
ପିନ୍ଧନ୍ତ ଆନନ୍ଦ ମନ
ହସଖୁସୀ ନେଇ ପାଳନ୍ତି ସରବେ
ପିଠା ଖଜା ଆୟୋଜନ ।।୩।।
ପଡୁଆଁ ଅଷ୍ଟମୀ ନାମେ ପରିଚିତ
ପବିତ୍ର ଅଟେ ଏ ଦିନ
ହଳଦୀ ପତ୍ରରେ ଏଣ୍ଡୁରି ପିଠାକୁ
କରି ଥାଆନ୍ତି ଭୋଜନ ।।୪।।
ପିତା ମାତପାଇଁ ଜ୍ୟେଷ୍ଠ ପୁତ୍ର ତହିଁ
ଗଉରବ ସ୍ଵଭିମାନ
ପିତୃତ୍ଵ ପ୍ରଦାନ ମହତ୍ତ୍ଵ ଯେସନ
ଧନ୍ୟ କରଇ ଜୀବନ ।।୫।।
ଗୁରୁ ଗୁରୁଜନ ପାଦେ ଦେଇମନ
ପ୍ରଣାମେ ଜ୍ୟେଷ୍ଠ ସନ୍ତାନ
ଆମର ସଂସ୍କୃତି ପରମ୍ପରା ଘେନି
ସମୃଦ୍ଧିର ନିବେଦନ ।।୬।।
ଆଶୀର୍ବାଦ ଦ୍ୟନ୍ତି ବନ୍ଦାଣ କରିଣ
ସୁଖ,ଶାନ୍ତି ଦେଇ ଦାନ
ଶୁଭ ଓ ମଙ୍ଗଳ କାମନା କରନ୍ତି
ପରିବାରେ ପରିଜନ ।।୭।।
ପ୍ରଭୁ ବଳଭଦ୍ର ଭାଇ ଶ୍ରମନ୍ଦିରେ
ପୂଜା ହୁଅନ୍ତି ଏସନ
ମାମୁ ମଧ୍ୟ ତାଙ୍କ ନିଆଳୀ ମାଧବ
ଦିଅନ୍ତି ନବ ବସନ ।।୮।।
ଲିଙ୍ଗରାଜ ପ୍ରଭୁ କପାଳି ମଠରେ
ପଢୁଆଁ ହୁଅନ୍ତି ଏଦିନ
ମହାଲକ୍ଷ୍ମୀ ଙ୍କର ଅଗ୍ରଜା ଭଉଣୀ
ଅଲକ୍ଷ୍ମୀ ହୁଏ ପୂଜନ ।।୯।।
ମାତା ଆଦ୍ୟାଶକ୍ତି ନାଶି କାଳ ରିତ୍ରି
ସଂସାରେ ହୋଇ ଜନମ
ସକଳ ପ୍ରାଣୀକୁ ଆଶିଷ ଦିଅନ୍ତି
କରୁଛି ତାଙ୍କୁ ପ୍ରଣାମ ।।୧୦।।
(ଦୀପ୍ତିମାନ ପତି) l

Exit mobile version