ସାମ୍ବାଦିକ ଝସକେତନ ସାହୁ (ଗୋପାଲ)ଙ୍କ ଅଜା ଆଉ ନାହାନ୍ତି – ପଦ୍ମପୁର

 ଓଡ଼ିଶା ତାଜା ନ୍ୟୁଜ (୮ ଡିସେମ୍ବର ମଙ୍ଗଳବାର) ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ତାଲପାଲି ନିବାସୀ ଅଲେଖ ମହିମା ଧର୍ମର ଭକ୍ତ ରାଘବ ସାହୁଙ୍କ ରାତ୍ର ୭.୩୦ ସମୟରେ ପରଲୋକ ହୋଇ ଯାଇଛି । ସେ ତାଲପାଲି ଗ୍ରାମରେ ବୟୋଜ୍ୟେଷ୍ଟ ବ୍ୟକ୍ତି ଥିଲେ। ତାଙ୍କର ନାତି ଝସକେତନ ସାହୁ ଗାଇସିଲେଟ ଅଂଚଳର ଜଣେ ସାମ୍ବାଦିକ ଅଟନ୍ତି । ମହିମା ଧର୍ମ ପ୍ରତି ତାଂକର ଅଗାଢ ଭକ୍ତି ଥିଲା। ପ୍ରତିଦିନ ମହିମା ଧର୍ମର ନୀତି କରୁଥିଲେ ।

ତାଙ୍କର ବିୟୋଗ ପରେ ତାଙ୍କର ଦୁଇ ପୁଅ ନିରଞ୍ଜନ , ନୀଳକଣ୍ଠ ,ଦୁଇ ବୋହୁ,ନାତି ନାତୁଣୀ ଅଛନ୍ତି । ସେ ଜଣେ ସରଳ,ଆଧ୍ୟାତ୍ମିକ ଚିନ୍ତାଧାରାର ମଣିଷ ଥିଲେ।ସକାଳେ ମହିମା ଧର୍ମି ସାଧୁ ଭକ୍ତ ଗହଣରେ ସମାଧି ଦିଆଯିବ । (ରିପୋର୍ଟ – ନିରୋଜ କୁମାର ପାଣୀ ) 

Exit mobile version