ଗଜପତି ଜିଲ୍ଲାରେ ଭାରତ ବନ୍ଦକୁ କଂଗ୍ରେସ ସମେତ ବିଭିନ୍ନ ସଂଗଠନର ସମର୍ଥନ ବନ୍ଦ ସଫଳ

ଓଡ଼ିଶା ତାଜା ନ୍ୟୁଜ ( ୮ ଡିସେମ୍ବର ମଙ୍ଗଳବାର) ଗଜପତି :- ସମଗ୍ର ଗଜପତି ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି | ଜିଲ୍ଳାର ବିଭିନ୍ନ ସ୍ଥାନରେ କୃଷକ ସଂଗଠନ, କଂଗ୍ରେସ ଦଳ, ଆଇଏଫଟିୟୁ , ଏ ଆଇ କେ ଏମ୍ ଏସ, ଆପ ଦଳ, ଏସ ୟୁ ସି ଆଇ ସମେତ ଶ୍ରମିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରିବା ସହିତ କେନ୍ଦ୍ରର ଭାଜପା ସରକାରକୁ ନିନ୍ଦା କରିବା ସହ କୃଷକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସଙ୍ଗେ ସଙ୍ଗେକେନ୍ଦ୍ରର ନୂଆ କୃଷିବିଲକୁବିରୋଧ କରି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦେଇଛି |

ଏହାକୁ ସମର୍ଥନ ଜଣାଇ କଂଗ୍ରେସ ସମେତ ପ୍ରମୁଖ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ଗୁଡିକ ସମର୍ଥନ କରି ଭାରତ ବନ୍ଦରେ ସାମିଲ ହୋଇଛନ୍ତି | ଏହି ପରିପ୍ରକ୍ଷିରେ ସମଗ୍ର ଗଜପତି ଜିଲ୍ଲାରେ ସମସ୍ତ ଦୋକାନ ବଜ଼ାର ବନ୍ଦ ରହିବା ସହିତ ଯାନବାହାନ ଚଳାଚଳ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି | ଏଥିରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ସଞ୍ଜୟ ଅଧିକାରୀ, କୁନା ମାଝୀ, ସୂର୍ଯ୍ୟ ନାରାୟଣ ପାତ୍ର, ତ୍ରିନାଥ ପଟ୍ଟନାୟକ, ଶିଶିର ଭଞ୍ଜ ସାମନ୍ତଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତ୍ତା ବନ୍ଦ ଡାକରା ରେ ସାମିଲ ହୋଇ ନୂତନ ବସ ଷ୍ଟେଟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରିଥିଲେ l ଏହି ବନ୍ଦରେ ସମସ୍ତ ବ୍ୟାଙ୍କ, ପୋଷ୍ଟ ଅଫିସ ସହିତ ସରକାରି କର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା l (ପାରଳାଖେମୁଣ୍ଡି – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version