ରକ୍ତଦାନ ଶିବିରରେ ମୁଖ୍ୟଅତିଥି ବିଧାୟିକା ରିତା ସାହୁ ଯୋଗଦେଇ ଉଦଘାଟନ କରିଥିଲେ

ଓଡ଼ିଶା ତାଜା ନ୍ୟୁଜ ( ୮ ଡିସେମ୍ବର ମଙ୍ଗଳବାର) ପଦ୍ମପୁର  :- ଡ୍ରାଇଭର ହେଲେ ବି ମଣିଷତ୍ୱର ପରିଚୟ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ମାଁ ବହଳତଳିଏନ ଡ୍ରାଇଭର ସଂଘ । ଡ୍ରାଇଭର ସଂଘ ର ସଭାପତି ରାମଚନ୍ଦ୍ର ବାଗଙ୍କ ନିଆରା ଚିନ୍ତା ଧାରା ରେ ସମସ୍ତ ଡ୍ରାଇଭର ମାନେ ଅନୁପ୍ରାଣିତ ହୋଇ ୫୦ ୟୁନିଟ ରକ୍ତଦାତା ରକ୍ତଦାନ କରିଥିଲେ ।

ଏହି ରକ୍ତଦାନ ଶିବିରରେ ମୁଖ୍ୟଅତିଥି ବିଧାୟିକା ରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ବିଶିଷ୍ଟ ସମାଜସେବୀ ନରେନ୍ଦ୍ର ହୋତା, ପ୍ରଦ୍ୟୁମ୍ନ ତ୍ରିପାଠୀ ଯୋଗଦେଇ ସମସ୍ତ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।      (ରିପୋର୍ଟ – ନିରୋଜ କୁମାର ପାଣୀ) 

Exit mobile version