କୃଷକ ସଂଗଠନର ଭାରତବନ୍ଦ ସଫଳ କଂଗ୍ରେସ, ସିପିଆଇଏମ,ଆମ ଆଦମୀ ପାର୍ଟିର ସମର୍ଥନ

ଓଡ଼ିଶା ତାଜା ନ୍ୟୁଜ ( ୮ ଡିସେମ୍ବର ମଙ୍ଗଳବାର) କଳାହାଣ୍ଡି :- କେନ୍ଦ୍ର ସରକାରଙ୍କ କୃଷି ବିଲ ବିରୁଦ୍ଧରେ ଡିସେମ୍ବର ୮ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। କୃଷକ ସଂଗଠନର ଡାକରାରେ ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲା ନର୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା। ନର୍ଲା କୃଷକ ସଂଗଠନ, ନର୍ଲା କଂଗ୍ରେସ କମିଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି,ଆମ ଆଦମୀ ପାର୍ଟି ପ୍ରମୁଖ ନର୍ଲା କଲେଜ ଛକଠାରେ ରାସ୍ତା ଅବରୋଧ କରିଥିଲେ । ଏହା ସହ ନର୍ଲା, ନର୍ଲା ରୋଡ଼,ଛତିକୁଡା ଛକର ବଜାର, ଯାନବାହନ ଚଳାଚଳ ବନ୍ଦ ରହିଥିଲା ।

ଏଥିରେ ନର୍ଲା ବ୍ଳକ କୃଷକ ସଂଗଠନର ସମ୍ପାଦକ କୁମୁଦ ନାଏକ, ଅନିରୁଦ୍ଧ ବିଶ୍ୱ।ଲ, କଂଗ୍ରେସ ଯୁବ ନେତା ସମୀର ଚାନ୍ଦ,ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର, ସେବା ଦଳର ସୁଦାମ ଚରଣ ପ୍ରଧାନ, ଚାଷୀ ଇଶ୍ୱର ସା,ଆମ ଆଦମୀ ପାର୍ଟିର ବ୍ଳକ ସଂଯୋଜକ ତୀର୍ଥ ବୁଧିଆ, ସିପିଆଇଏମର ଜିଲ୍ଲା କମିଟି ସଭ୍ୟ ନରସିଂହ ଥାପା, ବ୍ରାଞ୍ଚ କମିଟି ସଭ୍ୟ ଅଶୋକ ବିଶ୍ଵାଳ,ଅକୃର ପୁଟେଲ,ରିଚେକର ଦୀପ ପ୍ରମୁଖ ବନ୍ଦ ସଫଳ କାର୍ଯ୍ୟରେ ଯୋଗ ଦେଇଥିଲେ।ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା।(ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version