ପ୍ରାଚୀକୁ ନ୍ୟାୟ ପ୍ରଦାନ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର ) କଟକ :-  କଟକ ମାଛୁଆବଜାର ବାସିନ୍ଦା ସୁନତ ସାହୁଙ୍କ ଝିଅ ସ୍ୱର୍ଗତ ପ୍ରାଚୀ ସାହୁଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସୋମବାର ସନ୍ଧ୍ୟାରେ କ୍ୟାଣ୍ଡଲ୍ ଶୋଭାଯାତ୍ରା କରାଯାଇଥିଲା । ଶ୍ରୀ ସାହୁଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅ ପ୍ରାଚୀ ଅସୁସ୍ଥ ଥିବାରୁ ଗତ ନଭେମ୍ବର17 ତାରିଖରେ ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସାମାନ୍ୟ ରୋଗ ହେବା ସହ ଦିନେ କି ଦୁଇ ଦିନ ମଧ୍ୟରେ ଡିସଚାର୍ଜ କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ମାନେ ପ୍ରାଚୀଙ୍କ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକ ମନା କରିବା ସତ୍ତ୍ୱେ 23 ତାରିଖରେ ପ୍ରାଚୀଙ୍କର ଅସ୍ତ୍ରୋପଚାର କରିଥିଲେ ଡାକ୍ତରମାନେ ।

ହେଲେ ଅସ୍ତ୍ରୋପଚାର ପାଇଁ 75 ହଜାର ଟଙ୍କ ଖର୍ଚ୍ଚ ହେବ କହି 3 ଲକ୍ଷ ଟଙ୍କା ମନଇଚ୍ଛା ବିଲ୍ କରିଦେଇଥିଲେ। କିନ୍ତୁ ଅସ୍ତ୍ରୋପଚାର ପରେ ପ୍ରାଚୀଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପଡିଥିଲା। ପରେ ସେ ଆଖି ବୁଜି ଦେଇଥିବା ଡାକ୍ତରମାନେ ପରିବାର ଲୋକଙ୍କୁ ଜଣାଇଥିଲେ। ଡାକ୍ତରମାନଙ୍କ ଚିକିତ୍ସା ଅବହେଳା କାରଣରୁ ନିଷ୍ପାପ ଝିଅର ମୃତ୍ୟୁ ହେଲା ବୋଲି ଅଭିଯୋଗ କରିଛନ୍ତି ପ୍ରାଚୀର ମା ଶିବାନୀ ସାହୁ। ତେବେ ହସ୍ପିଟାଲର ମନମାନି ଓ ଡାକ୍ତରଙ୍କ ଅବହେଳା କୁ ଦାୟୀ କରି, ଏହି ଶୋଭାଯାତ୍ରା ସାହି ପରିକ୍ରମା କରି ମାଛୁଆବଜାର ଛକ ନିକଟରେ ପହଞ୍ଚିଥିଲା ।

ଅପରପଟେ ଏହି କ୍ୟାଣ୍ଡଲ୍ ଶୋଭାଯାତ୍ରାରେ କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ସାମିଲ୍ ହୋଇ ହସ୍ପିଟାଲର ଏଭଳି ମନମାନିକୁ ଦୃଢ ନିନ୍ଦା କରିବା ସହ ମୃତ୍ୟୁବରଣ କରିଥିବା ପ୍ରାଚୀଙ୍କ ପରିବାରକୁ କୋଟିଏ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରିଥିଲେ। କ୍ୟାଣ୍ଡଲ୍ ଶୋଭାଯାତ୍ରାରେ ସ୍ୱପ୍ନା ଫାଉଣ୍ଡେସନ, ଜୟ ଜଗନ୍ନାଥ ସେବା ସମିତି ଆଦି ସ୍ୱଚ୍ଛାସେବୀ ସଙ୍ଗଠନ, ପରିବାର, ବନ୍ଧୁପରିଜନ ସାମିଲ୍ ହୋଇଥିଲେ। (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

Exit mobile version