ରଣପୁର ରେ ସିପିଆଇଏମ ଓ କଂଗ୍ରେସ ନରେନ୍ଦ୍ର ମୋଦି ଙ୍କ କୁଶ ପୁତଳି ଦାହ

ରଣପୁର ଏନ. ଏ ସି ରେ ମଧ୍ୟ ଭାରତ ବନ୍ଦ ଡାକରା ରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ଏବଂ ସମସ୍ତ ଗାଡ଼ି ଚଳାଚଳ କୁ ସ୍ଵାଭାବିକ ଭାବେ ବନ୍ଦ କରାଯାଇଛି ତଥା ସରକାରୀ , ବେସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ବନ୍ଦ ରଖାଯାଇଛି । ସିପିଆଇଏମ ,କଂଗ୍ରେସ ପକ୍ଷରୁ ବହୁ ବ୍ୟବସାୟୀ ସଂଘ ଙ୍କୁ ମଧ୍ୟ ବନ୍ଦ ଡାକରା ରେ ସାମିଲ କରଯାଇଛି ।

ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର) ରଣପୁର :- ରଣପୁର ନବନିର୍ମାଣ କୃଷକ ସଂଗଠନର ସଭାପତି କିଶୋର ବାବୁ ସହ ଶତାଧିକ କାର୍ଯ୍ୟକର୍ତା ମାନେ ଭାରତ ବନ୍ଦ କୁ ସଫଳ କରିଥିଲେ । ଏବଂ ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ସାହାଙ୍କର ରଣପୁର ରାଜ ରାସ୍ତାରେ କୁସପୁତଳିକା ଦାହ କରାଯାଇଥିଲା ।

ଏହି ଭାରତ ବନ୍ଦରେ,cpim ନେତା ହରିଷଚନ୍ଦ୍ର ମିଶ୍ର,ନୀତିଆନନ୍ଦ ପରିଡା,ସୁରେଶ ଚନ୍ଦ୍ର ସ୍ୱାଇଁ,ଧୁଶାସନ ବାବୁ,। ଜିଲ୍ଲା ରାଷ୍ଟ୍ରୀୟ ଯୁବ ମଜଦୂର କଂଗ୍ରେସର କାର୍ଯ୍ୟକାରୀ ସଭାପତି ମିର୍ ଆବୁବକର ସିଦ୍ଧିକ୍।,ଜିଲ୍ଲା କିଷାନ କଂଗ୍ରେସ ସଭାପତି ଧ୍ରୁବଚରଣ ପରିଡା,  ଅଖିଳ ଭାରତୀୟ କଂଗ୍ରେସ ୱାର୍କର,ରଣପୁର ବ୍ଲକ ସଭାପତି ପ୍ରସନ କୁମାର ସାମନ୍ତରାୟ, ଭାରତ ବନ୍ଦ କୁ ସଫଳ କରିଥିଲେ ।  (ରଣପୁର ରିପୋର୍ଟ – ସୋନାଲି)

Exit mobile version