ରାୟଗଡ ବ୍ଲକ ଯୁବ ବିଜେଡି ସଭାପତି ଓ ସମ୍ପାଦକ ଙ୍କ ନାମ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ବ୍ଲକର ବିଜୁ ଯୁବ ଜନତା ଦଳର ବ୍ଳକ ସଭାପତି ଭାବେ ଅବନୀ ପଟ୍ଟନାୟକ ଓ ସମ୍ପାଦକ ଭାବେ ଜୀରଙ୍ଗ ଗ୍ରାମର ସନ୍ତୋଷ କୁମାର ବିର ଙ୍କ ନାମ ସ୍ଥାନ ପାଇଛି l ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟାମକେଶ ରାୟ ଏବଂ ସମ୍ପାଦକ ପ୍ରବଣ କୁମାର ବଳନ୍ତରାୟ ଘୋଷଣା କରିଥିବା ତାଲିକାରେ ଅବନୀ ପଟନାୟକ ଏବଂ ସନ୍ତୋଷ ବିର ଙ୍କ ନାମ ସ୍ଥାନ ପାଇଥିବା

ହେତୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଜିଲ୍ଲା ଯୁବ ବିଜେଡି ସଭାପତି ଏସ ଲିଙ୍ଗରାଜ ଓ ଉପ ସଭାପତି ଙ୍କୁ ଧନ୍ୟବାଦ ଜଣାଇବା ସହ ଦଳ ତାଙ୍କୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ଦେଇଛନ୍ତି ତାକୁ ସୁଚାରୁ ରୁପେ ତୁଲାଇବା ପାଇଁ ପ୍ରୟାସ କରିବୁ ବୋଲି କହିଛନ୍ତି l ଅବନୀ ପଟ୍ଟନାୟକ ଓ ସନ୍ତୋଷ ବିର ଙ୍କ ନାମ ଘୋଷଣା ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ଵlଗତ କରାଯାଇଛି l (ସଂଜୀବ କୁମାର ପାଣି/ରାୟଗଡ ଗଜପତି )

Exit mobile version