ପ୍ରେମରେ ପଡିଲେ ଶରୀର ରହିବ ସୁସ୍ଥ ! ଆସନ୍ତୁ ଜାଣିବା କେମିତି  

ଓଡ଼ିଶା ତାଜା ନ୍ୟୁଜ (୦୮ ଡିସେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ପ୍ରେମ ଏକ ବହୁତ ସୁନ୍ଦର ଅନୁଭବ। ‘ପ୍ରେମ’ ଦୁଇଟି ଆତ୍ମାର ନିଃସର୍ତ୍ତ ମିଳନ । ପ୍ରେମ ନୈସର୍ଗିକ, ପ୍ରେମ, ଶାଶ୍ୱତଃ ଓ ଚିରନ୍ତନ । ପ୍ରେମ ସମ୍ପର୍କରେ କବି ଓ କଥାକାରଙ୍କ ବହୁ ନିଦର୍ଶନ ରହିଛି । ତେବେ ପ୍ରେମର ବୈଜ୍ଞାନିକ ତଥ୍ୟ ବିଷୟର କ୍ୱଚିତ୍‌ ଜାଣିଥିବେ । ପ୍ରେମ କରିବା ଦ୍ୱାରା ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଯେ ଭଲ ରହିପାରେ ଏକଥା ଏକ ଗବେଷଣାରୁ ଜଣାପଡ଼ିଛି । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ପ୍ରେମ ଆପଣଙ୍କ ସ୍ୱାସ୍ଥ୍ୟ ରଖିବା ସହ ଆପଣଙ୍କୁ ହସପିଟାଲରୁ ଦୂରରେ ରଖିଥାଏ  । ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ପ୍ରେମ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ରିସର୍ଚ୍ଚରୁ ଜଣାପଡିଛି ଯେ ଯେଉଁ ଲୋକ ପ୍ରେମ କରୁଛନ୍ତି ସେମାନଙ୍କୁ ହସପିଟାଲ ଚକ୍କର କାଟିବାକୁ ବହୁତ କମ୍‌ ପଡୁଛି । ହେଲଦି ରିଲେସନସିପରେ ରହୁଥିବା ଲୋକଙ୍କ ପାଖରେ ଷ୍ଟ୍ରେସ କମ୍‌ ରହିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ପ୍ରେମ ସହିତ ସ୍ୱାସ୍ଥ୍ୟର କଣ ସମ୍ପର୍କ ରହିଛି ।

ରିଲେସନସିପରେ ରହୁଥିବା ବ୍ୟକ୍ତିଙ୍କ ଆୟୁଷ ବଢ଼ିଥାଏ  

ଏକ ରିସର୍ଚ୍ଚରୁ ଏହା ସାମ୍ନାକୁ ଆସିଛି ଯେ ସିଙ୍ଗଲ ଲୋକଙ୍କ ଅପେକ୍ଷା ବିବାହିତ ଲୋକଙ୍କ ଆୟୁଷ ଅଧିକ ହୋଇଥାଏ । ଏହାସହିତ ଏହା ମଧ୍ୟ ଜଣାପଡିଲା ଯେ ଲଭ୍‌ ପାର୍ଟନର ମିଳିଯିବା ପରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ  । ସେହିପରି ପ୍ରେମ ମହିଳାଙ୍କ ତୁଳନାରେ ପୁରୁଷଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥାଏ ।

ହାର୍ଟକୁ ରଖିଥାଏ ସୁସ୍ଥ 

ଯେଉଁ ଲୋକ ପ୍ରେମରେ ବୁଡିକି ରୁହନ୍ତି ତାଙ୍କ ହାର୍ଟ ବହୁତ ମାତ୍ରାରେ ସୁସ୍ଥ ରହିଥାଏ। ଏହାବ୍ୟତତ ବ୍ଲଡପ୍ରେସର ବି ନିୟନ୍ତ୍ରଣରେ ରହିଥାଏ। ବୈବାହିକ ଦମ୍ପତିଙ୍କ ଠାରେ ଭାସୋପ୍ରସିନ୍‌ ନାମକ ଏକ ହର୍ମୋନ କ୍ଷରିତ ହୋଇଥାଏ ଯାହା ହାଇ ବିପିକୁ କମ୍‌ କରିବାରେ ସାହାଯ୍ୟ କରିଥାଏ ।

ଫୁସଫୁସ୍‌ ସୁସ୍ଥ ରହିଥାଏ 

ରିପୋର୍ଟ ଅନୁଯାୟୀ ଲଭ ଲାଇଫରେ ଥିବା କପଲ୍ସ ଫୁସପୁସ ସମ୍ପନ୍ଧୀୟ ରୋଗ ଠାରୁ ଲଢ଼ିବାରେ ଅଧିକ କ୍ଷମତା ରହିଥାଏ। ସେହିପରି ଅନ୍ୟ ଲୋକଙ୍କ ତୁଳନାରେ ପ୍ରେମ କରୁଥିବା ଲୋକଙ୍କ ଠାରେ ନିମୋନିଆ ଭଳି ରୋଗରେ ମୃତ୍ୟୁବରଣ କରିବାର ଭୟ ମଧ୍ୟ କମ୍‌ ରହିଥାଏ ।

ଷ୍ଟ୍ରେସ ଫ୍ରି ରୁହନ୍ତି 

ଲଭ୍‌ ଏବଂ ବିବାହ ଭଳି  ସୁମ୍ପର୍କରେ ଥିବା ଲୋକମାନେ ଅଧିକ ଖୁସି ରହିଥାନ୍ତି । ରିପୋର୍ଟ ଅନୁଯାୟୀ ରିଲେସନସିପରେ ରହୁଥିବା ଲୋକଙ୍କ ଠାରେ ଅକ୍ସିଟନସିନ, ଡୋପାମାଇନ ଏବଂ ଭାସୋପ୍ରେସିନ୍‌ ନାମକୁ ହର୍ମୋନ କ୍ଷରିତ ହୋଇଥାଏ । ଯାହା ମୁଡକୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ଏହାସହିତ ପ୍ରେମ କରୁଥିବା ଲୋକ ବହୁତ ପଜିଟିଭ୍‌ ମଧ୍ୟ ରୁହନ୍ତି ।

Exit mobile version