ଲୋକ ଅଧିକାର ସଂଗଠନ ବରଗଡ଼ ଦ୍ଵାରା ୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧୀ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର ) ପଦ୍ମପୁର :-  ଏକ୍ସନ୍ ଏଡ ଭୁବନେଶ୍ୱର ତଥା ଲୋକ ଅଧିକାର ସଂଗଠନ ପଦମ ପୁର ତରଫରୁ ୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧୀ କାର୍ଯ୍ୟ କ୍ରମ ଆଜି ବାବା ସାହେବ୍ Ambedkar ଙ୍କ ମହା ନିର୍ବାଣ ତିଥି ରେ ବାନ୍ଦୂପାଲି ଠାରେ ଅନୁଷ୍ଠିତ ହୋଇ ଥିଲା । ସାରା ରାଜ୍ୟରେ ହେଉଥିବା ଉକ୍ତ କାର୍ଯ୍ୟକ୍ରମ ରେ ଲୋକ ଅଧିକାର ସଂଗଠନ ପଦ୍ମପୁର ତରଫରୁ ଶ୍ରୀମତୀ ସିନ୍ଧୁଲତା ସାହୁ ବାବା ସାହେବ୍ Ambedkar ଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ ପୂର୍ବକ ଶୁଭାରମ୍ଭ କରି ଥିଲେ । ସଂଗଠନ ର ସଭାପତି ଶ୍ରୀ ହଜାରୁ ମଲ୍ଲିକ ତଥା ଫାର୍ମାସିନି ସା ସମ୍ବିଧାନ ରେ ଥିବା ଲିଙ୍ଗ ଭିତ୍ତିକ ହିଂସା ବିରୋଧୀ ଆଇନ୍ ତଥା ମହିଳା ଅଧିକାର ଉପରେ ସୂଚନା ପ୍ରଦାନ କରିଥିଲେ ।

କାର୍ଯ୍ୟ କ୍ରମ କୁ ମହିଳା ଙ୍କ ଦ୍ଵାରା ମହମ ଜଳାଇ, ବିଭିନ୍ନ ମହିଳା ହିଂସା ବିରୋଧୀ ସ୍ଲୋଗାନ ଉଲ୍ଲିଖିତ ପ୍ଲାକାର୍ଡ ଧରି ତଥା ସାମୁହିକ ଦସ୍ତଖତ ଅଭିଯାନ ଆଦି ପାଇଁ ଫକୀର ରଣା,ନନ୍ଦଲାଲ୍ ବରିହା,ଯୁଧିଷ୍ଠିର ସଗରିଆ, କଲାଚନ୍ ସାହୁ, ଲକ୍ଷ୍ମଣ ସିଦାର ଆଦି ସଂଗଠନ ର ସଦସ୍ୟ ମାନେ ସହାୟତା କରିଥିଲେ । ଗାଁ ତଥା ଆଖ ପାଖ ଗାଁ ର ମହିଳା, ଅଙ୍ଗ ନ ୱାଡି କର୍ମୀ, ଆଶା , ୱାର୍ଡ଼ ସଦସ୍ୟ ଆଦି ଉକ୍ତ କାର୍ଯ୍ୟ କ୍ରମ ରେ ଯୋଗ ଦେଇଥିଲେ । ଆଜି ଠାରୁ ଆରମ୍ଭ ହୋଇ ଥିବା କାର୍ଯ୍ୟ କ୍ରମ ପଦ୍ମ ପୁର, ଝାରବନ୍ଧ,ପାଇକମାଲ ବ୍ଲକ ର ବିଭିନ୍ନ ଗ୍ରାମ ମାନଙ୍କ ରେ ଅନୁଷ୍ଠିତ ହୋଇ ଆଗାମୀ ୧୦ ଡିସେମ୍ବର ରେ ଚାରପାଲି ଠାରେ ଶେଷ ହେବ । ଶେଷ ରେ ଫକୀର ରଣା ଧନ୍ୟବାଦ ଦେଇ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version