କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା ଯୁବ କଂଗ୍ରେସ କମିଟି ତଥା ଛାତ୍ର ଯୁବ କଂଗ୍ରେସ ସହ ଚାଷୀ ମାନଙ୍କ ର ହକ ପାଇଁ ଡିସେମ୍ବର 8 ଭାରତ ବନ୍ଦ ଡାକରା

ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର )କେନ୍ଦ୍ରାପଡ଼ା :- ଆମ ଅନ୍ନଦାତା ଆମ ଅର୍ଥନୀତିର ମେରୁଦଣ୍ଡ। ମୋଦି ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ବିରୋଧ କରି କୃଷକମାନେ ୮ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦକୁ ସଫଳ କରିବା ପାଇଁ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି । କେନ୍ଦ୍ରାପଡ଼ା ଜିଲ୍ଲାର ନବ ନିଯୁକ୍ତି କଂଗ୍ରେସ ଦଳରକେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ତଥା ରାଜନଗର ପୂର୍ବତନ ଯୁବ ବିଧାୟକ ଶ୍ରୀ ଅଂଶୁମାନ ମହାନ୍ତି, ତରଫରୁ ସମଗ୍ର ଜିଲ୍ଲାର, ବିଭିନ୍ନ ବ୍ଲକ ରାଜନଗର, ପଟ୍ଟାମୁଣ୍ଡାଇ, ଆଳି,

ରାଜକନିକା, ଡେରାବିଶ, ଗରଦ ପୁର, ମହାକାଳପଡ଼ା, ମାର୍ଶାଘାଇ, କେନ୍ଦ୍ରାପଡ଼ା ସମସ୍ତ ବ୍ଲକ ର କଂଗ୍ରେସ ଦଳର ଚାଷୀ ଓ କର୍ମୀ ମାନଂକୁ ମୋଦି ସରକାର ଙ୍କ ଚାଷୀ ବିରୋଧୀ ନୀତିକୁ ବିରୋଧ କରି କୃଷକ ମାନେ ଆସନ୍ତା 8ତାରିଖ ଦିନ ଭାରତ ବନ୍ଦ ଡାକରା ସହିତ ଓଡିଶା ଏବଂ ସମସ୍ତ ବ୍ଲକ ରେ ଏହି ବନ୍ଦ କୁ ସଫଳ କରିବା ପାଇଁ ଜିଲ୍ଲା ବାସୀଙ୍କୁ ବିଶେଷ ଅନୁରୋଧ କରିଛନ୍ତି,   (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)

Exit mobile version