ଚୋରାରେ ଗଞେଇ ଚାଲାଣ ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଣୁପୁର ଓଭେର ବ୍ରିଜ ନିକଟରୁ,୩୦୨ କେଜି ଗଞ୍ଜେଇ ଜବତ କରିବା ସହ ଜଣ କୁ ଗିରଫ କରିଛି

 

ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର )ହିଞ୍ଜିଳିକାଟୁ  :- ରାୟଗଡା ଜିଲ୍ଲା ଗୁଣୁପୁର ଓଭର ବ୍ରିଜ ନିକଟରୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୩୦୨ କେଜି ଗଞ୍ଜେଇ ଜବତ ସହ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଗଞ୍ଜେଇ ଚାଲାଣ ର ଖାନତଲାସ କରିଥିଲା । ଗୁଣୁପୁର ବ୍ଲକ ସମ୍ପେନି ଗ୍ରାମର ଆୟୁବ ଶବର ନାମକ ଜଣେ ଯୁବକ ୧୫ ଟି ବସ୍ତାରେ ଗଞ୍ଜେଇ ପ୍ୟାକିଙ୍ଗ କରି ଓଭର ବ୍ରିଜ ଛକ ନିକଟରେ ବାହାରକୁ ଚାଲାଣ ଉଦ୍ଦେଶ୍ୟ ରେ ରଖିଥିଲେ ।

ଏସ୍ଟିଏଫ ଟିମ ଉକ୍ତ ଯୁବକଙ୍କୁ କାବୁ କରିବା ସହ ଗଞ୍ଜେଇ ଜବତ କରିଥିଲେ । ଜବତ ଗଞ୍ଜେଇ ପଦ୍ମପୁର ର ଦୁର୍ଗମ ଅଞ୍ଚଳରୁ ଆସୁଥିବା ପୋଲିସ ସୂଚନା ଦେଇଛି । ଆଜି ଗୁଣୁପୁର ଥାନାରେ ଜବତ ଗଞ୍ଜେଇ ଓ ବ୍ୟକ୍ତିକୁ ଜିମା ଦିଆଯିବା ସହ ଗିରଫ କରାଯାଇଥିବା ଗୁଣୁପୁର ଥାନା ଆଇଆଇସି ସୂଚନା ଦେଇଛନ୍ତି ।(ପାରଳଖେମୁଣ୍ଡ /ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version