ଡଃ ଅମ୍ବଦକରଙ୍କ ୬୪ତମ ଶ୍ରାଦ୍ଧବାର୍ଷିକି ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର )ପାରଳାଖେମୁଣ୍ଡି :- ଗଜପତିଜିଲ୍ଲା ଉଦୟଗିରି ବ୍ଲକ ରାମଗିରି ଠାରେ ଡଃ ଅମ୍ବଦକରଙ୍କ ୬୪ତମ ଶ୍ରାଦ୍ଧବାର୍ଷିକି ଦିବସ ପାଳନ କରାଯାଇଛି। ଏହି ଅବସରରେ ଡଃ ଅମ୍ବେଦକର ମହାବିଦ୍ୟାଳୟ ପରିସର ମଧ୍ୟରେ ଡଃ ଅମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ମଧ୍ୟ ସ୍ଥାପନ କରାଯାଇଛି। ଏହାକୁ ଉନ୍ମୋଚନ କରିଥିଲେ ଜିଲ୍ଲାପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି , ରା ଉଦୟଗିରି ବ୍ଲକ ଅଧ୍ୟକ୍ଷା ସମିତା ମଣ୍ଡଳ ,

ମୂଖ୍ୟବକ୍ତା ବିଶ୍ବନାଥ ଭୂୟାଁ BEO ରା ଉଦୟଗିରି, ଯୋଗ ଦେଇଥିବା ବେଳେ, ଆଖପାଖ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯଥା, ବିଦ୍ୟାଳୟର ପରିଚାଳନା କମିଟି ସଭାପତି ତାରିଣୀ ଗୌଡ ସମ୍ପାଦକ ବନମାଳୀ ଶବର,ସହ ସମ୍ପାଦକ କିଶୋର ପ୍ରଧାନ, ବିଦ୍ୟାଳୟ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ଦଳେଇ ଓ ଅନ୍ୟାନ୍ୟ କର୍ମଚାରୀ, ଜିଲ୍ଲାପରିଷଦସଭ୍ୟା ସୁପ୍ରଭା ମଣ୍ଡଳ, ସମ୍ମିତି ସଭ୍ୟ ଗୋପାଳ କୃଷ୍ଣ ଦଳାଇ , ଗୋପ ପଟ୍ଟନାୟକ ଓ କେତେକ ସରପଞ୍ଚଙ୍କ ସହ ଓ୍ବର୍ଡ ମେମ୍ବର, ଓ ବୁଦ୍ଧିଜୀବିଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । (ପାରଳାଖେମୁଣ୍ଡି /ଗରୁଡ ଧ୍ଵଜ ଚୌଧୁରୀ)

Exit mobile version