ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଅତୁନ ସବ୍ୟସାଚୀ ନାୟକ ଙ୍କ କୁଶ ପୁତ୍ତଳିକା ଦାହ

ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲା ତରଫରୁ ତିନିମୁହାଣୀ ଠାରେ  କର୍ମୀ ତଥା  ଦଳିତ ଯୁବ ନେତା ରଞ୍ଜନ ଦାସ ହତ୍ୟା ଷଡଯନ୍ତ୍ର ସମ୍ପୃକ୍ତି ନେଇ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଅତୁନ ସବ୍ୟସାଚୀ ନାୟକ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି, ଏଥି ସହିତ  ନାରାବାଜି କରିବା ସହ ବିଜେଡି ବିଧାୟକ ଅତୁନ ସବ୍ୟସାଚୀ ନାୟକ ଙ୍କୁ ଦଳରୁ ବହିଷ୍କାର, ଗିରଫଓ ଜଘନ୍ୟ ହତ୍ୟା କାଣ୍ଡକୁ ସିବିଆଇ ତଦନ୍ତ ଦାବୀ କରିଛନ୍ତି,

ଉକ୍ତ ଘଟଣା ଉପରେ ଏନେଇ ଓସାର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ଓ ଅନ୍ୟ ସଦସ୍ୟମାନେ କେନ୍ଦ୍ରାପଡ଼ା ଏସ ପି ନୀତିଶେଖର, ବିଧାୟକ ଅତୁନ ସବ୍ୟସାଚୀ ନାୟକ ଙ୍କ ନାମରେ ସଙ୍ଗିନୀ ଅଭିଯୋଗ ଆଣି ଟାଉନ ଥାନାରେ ଏତଲା ଦେଇଛନ୍ତି, ତେବେ ଏନେଇ ଯଦି ରାଜ୍ୟ ସରକାର ସେମାନଙ୍କ ଦାବୀ ଆଗମୀଦିନରେ କର୍ଣ୍ଣପାତ ନ କରନ୍ତି, ଆଗମୀ ଦିନରେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ସ୍ପଷ୍ଟ ଜଣାଇଦେଇଛନ୍ତି, ଏହି କାର୍ଯ୍ୟକ୍ରମ ରେ ପ୍ରତାପ ମହାନ୍ତି, ଆଶିଷ ଖଟୁଆ, ପ୍ରକାଶ ଦାସ, ଜିତେନ୍ଦ୍ର ସାହୁ, ସମେତ ଅନେକ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ, (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)  

Exit mobile version