ଜିଲ୍ଲାସ୍ତରୀୟ ବିଶ୍ବ ମୂର୍ତ୍ତିକା ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର:ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସର’ରେ ଆଜି ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର’ର ମିଳିତ ଆନୁକୂଲ୍ୟ’ରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ର’ର କୃଷି ବୈଜ୍ଞାନିକ ରଶ୍ମିତା ଟପ୍ପୋ’ଙ୍କ ସଞ୍ଚାଳନ’ରେ ଆୟୋଜିତ କୃଷି ଓ ମୃତ୍ତିକା ସଚେତନତା କାର୍ଯ୍ୟକ୍ରମ’ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଇରେନିୟସ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ମାଟି’ର ଉର୍ବରତା’କୁ ସୁରକ୍ଷିତ ରଖିବା ପାଇଁ ଜୈବିକ ପ୍ରଣାଳୀ’ରେ କୃଷିକାର୍ଯ୍ୟ କରିବା ଉପରେ ଉପସ୍ଥିତ ଚାଷୀଭାଇ ମାନଙ୍କୁଆହ୍ବାନ କରିଥିଲେ ।

ଜିଲ୍ଲା କୃଷି ଉଦ୍ୟାନ ବିଭାଗ’ର ଉପ-ନିର୍ଦ୍ଦେଶକ ଶ୍ରୀ କେ:ସୁଦର୍ଶନ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମାଟି’ରେ ରହିଥିବା ବିଭିନ୍ନ ଖାଦ୍ୟସାର ଏବଂ ସମନ୍ୱିତ ଖାଦ୍ୟସାର କିଭଳି ପରିଚାଳନା କରିବାକୁ ହୋଇଥାଏ , ସେ ସମ୍ପର୍କରେ ବୁଝାଇଥିଲେ । କୃଷି ବିଜ୍ଞାନ କେନ୍ଦ୍ର’ର ମୁଖ୍ୟ ବୈଜ୍ଞାନିକ ଡଃ ସଂଗ୍ରାମ ପରାମଗୁରୁ କାର୍ଯ୍ୟକ୍ରମ’ରେ ଅତିଥି ଭାବେ ଯୋଗଦେଇ ମୃତ୍ତିକା ଅବକ୍ଷୟ ରୋକିବା ପାଇଁ ବିଭିନ୍ନ ପ୍ରଣାଳୀ ଯଥା :- ବୃକ୍ଷ ରୋପଣ ଏବଂ ନୂତନ ଜଙ୍ଗଲ ସୃଷ୍ଟି କରାଯିବା’ର ବିଭିନ୍ନ ଦିଗ ସମ୍ପର୍କ’ରେ ବୁଝାଇଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ , ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝି , ସମିତିସଭ୍ୟ ନବୀନ ରଇତ , ସଭ୍ୟ କିଶୋର ଚନ୍ଦ୍ର ଗୌଡ଼ , ଆତ୍ମା”ର ଅଧିକାରୀ , ଆର:ଉଦୟଗିରି-ମୋହନା-ନୂଆଗଡ଼ ବ୍ଲକ’ର କୃଷି ଅଧିକାରୀ ଗଣ

ଏବଂ କୃଷି ବିଜ୍ଞାନ କେନ୍ଦ୍ର’ର ବୈଜ୍ଞାନିକ ମାନେ ମଞ୍ଚଆସିନ ଅତିଥି ଭାବେ ଯୋଗଦେଇ ମୃତ୍ତିକା ସ୍ୱାସ୍ଥ୍ୟ ଓ ତାର ସୁରକ୍ଷା’ର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଉପସ୍ଥିତ ଚାଷୀମାନଙ୍କୁ ସଚେତନ କରାଇଥିଲେ । ଏହାପରେ ଆୟୋଜିତ ବୈଷୟିକ ଅଧିବେଶନ କାର୍ଯ୍ୟକ୍ରମ’ରେ ମାଟି’ର ଉପାଦାନ , ସଂରଚନା , ଖାଦ୍ୟସାର ପରିଚାଳନା , ମାଟିର ସ୍ୱାସ୍ଥ୍ୟ ଓ ତାର ସୁରକ୍ଷା ସମେତ ମାଟି’ର ଜୈବ-ବିବିଧତା ଏଭଳି ବିଭିନ୍ନ ମୃତ୍ତିକା ସମ୍ଭନ୍ଧୀୟ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଅବସର’ରେ କାର୍ଯ୍ୟକ୍ରମ’ରେ ଚାଷୀ ମାନଙ୍କ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଦକ୍ଷତା ତାଲିମ ଶିବିର ପ୍ରତିଯୋଗିତା’ର କୃତୀ ଯୁବଚାଷୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା

(ରିପୋର୍ଟ –  ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version