ଏନ୍‌ଏନ୍‌ଏଫ୍‌ରେ ମୁକ୍ତିଲାଭ କଲା ସାଇ ଭଜନ ‘ସାଇ ଶଙ୍କର’

ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର )ଭୁବନେଶ୍ୱର :-  ଡିଜିଟାଲ ପ୍ଲାଟଫର୍ମରେ ନିଜର ଚମତ୍କାରିତା ପ୍ରଦର୍ଶନ କରିବାକୁ ଯାଉଛି ନିହାର ନମନ ଫିଲ୍ମସ୍‌ (ଏନ୍‌.ଏନ୍‌.ଏଫ୍‌) । ନିୟମିତ ଭାବେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ମ୍ୟୁଜିକ୍ ଭିଡିଓ, କ୍ଷୁଦ୍ର ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ ନିର୍ମାଣ କରାଯିବ । ଏହି କ୍ରମରେ ପ୍ରଥମ କରି ମୁକ୍ତିଲାଭ କରିଛି ଏକ ସାଇ ଭଜନ । ‘ସାଇ ଶଙ୍କର..’ ଶୀର୍ଷକ ଏହି ଗୀତଟିକୁ ଶଶାଙ୍କ ଶେଖରଙ୍କ କଣ୍ଠରେ ରେକର୍ଡ କରାଯାଇଛି । ବୈଦ୍ୟନାଥ ଦାଶ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଗୀତ ଲେଖିଛନ୍ତି ସଂଗ୍ରାମ କେଶରୀ । ଏହାର ପ୍ରଯୋଜନା କରିଛନ୍ତି ଲିପୁ ବାବୁ ଓ ସିପୁ ବାବୁ । ଗୀତଟି ଶ୍ରୁତିମଧୁର ହେବା ସହ ସାଇ ପ୍ରେମୀଙ୍କୁ ଭକ୍ତିରସରେ ବାନ୍ଧିପାରିଛି । ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ସହ ଏନ୍‌ଏନ୍‌ଏଫ୍‌ର ନିଜସ୍ୱ ୟ୍ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହା ଏବେ ଉପଲବ୍ଧ ।

କେବଳ ସେତିକି ନୁହେଁ ଆଗକୁ ନୂଆବର୍ଷ ଉପଲକ୍ଷେ ଏନ୍‌ଏନ୍‌ଏଫ୍ ପକ୍ଷରୁ ଓଡିଶାର ସବୁଠୁ ବ୍ୟୟବହୁଳ ମ୍ୟୁଜିକାଲ୍ ସର୍ଟ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି ଯାହାକୁ ନେଇ ସବୁ ମହଲରେ ଅପେକ୍ଷା ରହିଛି ।

Exit mobile version