ଶ୍ରମ ମନ୍ତ୍ରୀଙ୍କ ଶ୍ରୀ ଶ୍ରୀ ନୃସିଂହ ନାଥ ମନ୍ଦିର ପରିଦର୍ଶନ, ସମୀକ୍ଷା ବୈଠକ

ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାରବରଗଡ଼ :- ଶ୍ରମ ଏବଂ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆଜି ପାଇକମାଳ ସ୍ଥିତ ଗନ୍ଧମାର୍ଦ୍ଧନ ପାହାଡ଼ ତଳେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହ ନାଥ ମନ୍ଦିର ପରିଦର୍ଶନ କରି ମନ୍ଦିର ପରିସର ଓ ପାରିପାର୍ଶ୍ବିକ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକ ରେ ମନ୍ଦିର ର ଉନ୍ନତି କରଣ ଏବଂ ପାରିପାର୍ଶ୍ବିକ ପ୍ରାକୃତିକ ପରିବେଶ ର ସୈ।ନ୍ଦଜି କରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

 

ସେହିପରି ମନ୍ଦିର କୁ ଆସୁଥିବା ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକ ଙ୍କ ସୁବିଧା ସ°ପର୍କରେ ମନ୍ଦିର ପରିଚାଳନା କମିଟି ଓ ସରକାରୀ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ମନ୍ତ୍ରୀ ଶ୍ରୀ ସିଂ ନୃସିଂହ ନାଥ ମନ୍ଦିର ନିକଟରେ ଜଙ୍ଗଲ ବିଭାଗ ଦ୍ବାରା ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଇକୋ ଟୁରିଜମ ଗେଷ୍ଟ ହାଉସ କୁ ପରିଦର୍ଶନ କରିବା ସହ ଏହାକୁ ଶିଘ୍ର ଲୋକାର୍ପିତ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆୟୋଜିତ ବୈଠକ ରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ପାଇକମାଳ ବିଡ଼ିଓ ମନୋଜ କୁମାର ମେହେର, ମନ୍ଦିର ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।   (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version