ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ୬ ଘଣ୍ଟା ଧରି ରାସ୍ତା ଅବରୋଧ; ଚାଷୀ ନେତା ଗିରଫ

ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର )ବରଗଡ଼/ ଅତାବିରା :- ବରଗଡ଼ ଜିଲ୍ଲା ଅତାବିରା ମାର୍କେଟ ୟାର୍ଡ ନିକଟରେ ଆଜି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ କୃଷକଙ୍କ ୪ ଦାବି ରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଯାନ ବାହାନ ଅଟକି ରହିଥିଲା ।

ସନ୍ଧ୍ୟା ୫ଟା ପ୍ରଶାସନ ପକ୍ଷରୁ କୈ।ଣସି ନିଯ୍ୟାସ ନ ବାହାରିବାରୁ ପୋଲିସ ପକ୍ଷରୁ ଆନ୍ଦୋଳନକାରୀ ଚାଷୀ ନେତା ମାନଙ୍କୁ ଗିରଫ କରିବା ପରେ ରାସ୍ତା ଅବରୋଧ ହଟିଥିଲା। ୪ ଦଫାଦାବି ମଧ୍ୟରେ ବସ୍ତା ପ୍ରତି କଟନି ଛଟନି ବନ୍ଦ କରିବା, ଚାଷୀ ମାନଙ୍କ ଟୋକନ ଅବଧି କୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବା, ଚାଷୀଙ୍କ ସମସ୍ତ ଧାନ କିଣିବା ଆଦି ରହିଛି ।

ଚାଷୀ ନେତା ଲିଙ୍ଗରାଜ, ରମେଶ ମହାପାତ୍ର,ହର ବଣିଆ, ଶିବ ପ୍ରସାଦ ପ୍ରଧାନ, କିଶୋର ସାହୁ,ଉତ୍ପନ୍ନ ଭୋଇ, ଲକ୍ଷ୍ମଣ ସୁନା, ଅରୁଣ କୁମାର ସାହୁ, ସୀତାରାମ ମେହେର,ବାଲ କିଶୋର ଛତର,ମହମ୍ମଦ ନିଜାମ ପ୍ରମୁଖ ଚାଷୀ ନେତା ନେତା ମାନେ ନେତୃତ୍ଵ ନେଇଥିଲେ ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version