ସି ପି ଆଇ ଏମ ତରଫରୁ ମୁଖ୍ୟ ରାସ୍ତା ରୋକ ପ୍ରଧାନମନ୍ତ୍ରୀ ଙ୍କ କୁଶପୁଳିକା ଦାହ

ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ଠାରେ ଶନିବାର ସି ପି ଆଇ ଏମ ତରଫରୁ ମୁଖ୍ୟ ରାସ୍ତ ରୋକ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l ପ୍ରଧାନମନ୍ତ୍ରୀ ଏବଂ ଆମ୍ବାନୀ ଙ୍କ କୁଶ ପୋତିଲିକା ଦାହ କରିଥିବା ଦେଖି ବାକୁ ମିଳିଥିଲା l

ଉକ୍ତ ଆନ୍ଦୋଳନ ଦୀର୍ଘ ଦିନ ଧରି ଚାଲିଥିବା ବେଳେ ଆଜି କୃଷି କ୍ଷେତ୍ରରେ ସର୍ବ ନାଶ ଏବଂ ବିଜୁଳି ବିଲ ଦାବିରେ ସର୍ବ ଭାରତୀୟ କୃଷକ ଆନ୍ଦେଲନ ଚାଲିଥିବା ବେଳେ ରାୟଗଡ ରେ ଶନିବାର ଦିନ କିଛି ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ l

 

ନରେନ୍ଦ୍ର ମୋଦି ଙ୍କ ବିରୋଧରେ ନାରାବାଜି କରି କୁଶ ପୋତଳିକା ଦାହ କରିଥିଲେ l ଉକ୍ତ ସମୟରେ ରାୟଗଡ ଥାନା ପୁଲିସ ଓ ଆଇ ସି କୃଷ୍ଣଚନ୍ଦ୍ର ମଳିକ ଓ ଏ ଏସ ଆଇ ଅଭିମନ୍ୟୁ ପାଣିଗ୍ରାହୀ ପହଞ୍ଚି ସେମାନଙ୍କୁ ଗିରଫ କରି ବା ପରେ l

ରାସ୍ତାରୁ ହଟିଥିବା ଦେଖିବାକୁ ମିଳିଥିଲା l ଉକ୍ତ ରାସ୍ତାରୋକ ସି ପି ଆଇ ଏମ ର ଗଜପତି ଜିଲ୍ଲା ସାଧାରଣ ସମ୍ପାଦକ ମହିତ ମିଶାଲ ଓ ନିତ୍ୟାନନ୍ଧ ଶବର ,କାନ୍ୟା ଶବର , ସୁମନ ରଇତ, ପ୍ରଭାତ ଲିମା ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l (ରାୟଗଡ ଗଜପତି/ ସଂଜୀବ କୁମାର ପାଣି)

Exit mobile version