Home ଓଡ଼ିଶା କଟକରେ ଅପମିଶ୍ରଣ ଖାଦ୍ୟ ସାମଗ୍ରୀ କମ୍ପାନୀ ବୃଦ୍ଧି ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) କଟକ :- କଟକ ସହରରେ ଦିନକୁ ଦିନ ନକଲି, ଭେଜାଲ୍ ଓ ଅପମିଶ୍ରିତ ସାମଗ୍ରୀ ର କମ୍ପାନୀ ବୃଦ୍ଧି ପାଉଛି। ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛି କଟକ ନଗର କଂଗ୍ରେସ। ଖାସ୍ ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ଦିଆଯାଇଛି। ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ତେଲ,ମସଲା,ଘିଅ ଆଦି ଅପମିଶ୍ରିତ କଳକାରଖାନା ଗଢି ଉଠିଛି। ଏହିସବୁ ଜିନିଷ କୁ ବଜାରରେ ସୁବିଧାରେ ଓ କମ୍ ଟଙ୍କା ରେ ମିଳିଯାଉଛି। ତେବେ ସାମଗ୍ରୀକୁ କିଣି ଘରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଲୋକେ । ଆଉ ଏହି ଅପମିଶ୍ରିତ ଓ ଭେଜାଲ୍ ଖାଦ୍ୟକୁ ଖାଇ ନାନା ରୋଗରେ ପୀଡିତ ହେଉଛନ୍ତି ବୋଲି କଂଗ୍ରେସ କହିଛି। ଭେଜାଲ୍ କରୁଥିବା କମ୍ପାନୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି କଂଗ୍ରେସ। ଏହାସହ ବେଆଇନ୍ ଭାବେ ଗଢି ଉଠିଥିବା କମ୍ପାନୀମାନଙ୍କୁ ଯାଞ୍ଚ କରାଯାଇ ସଠିକ୍ କମ୍ପାନୀଙ୍କୁ ଅନୁମତି ଦେବାକୁ ଦାବି କରାଯାଇଛି । ଏହାଛଡା ବଜାରରେ ହେଉଥିବା ଫାଷ୍ଟଫୁଡ୍ କୁ ମଧ୍ୟ ଯାଞ୍ଚ କରାଯିବା ସହ ଜନସାଧାରଣ ଓ ଦୋକାନୀମାନଙ୍କୁ ସରକାର ସଚେତନ କରାନ୍ତୁ ବୋଲି ଦାବି ପତ୍ରରେ ଦର୍ଶାଇଛନ୍ତି କଂଗ୍ରେସ ନେତା। ଯଦି ଏସବୁ ନ କରାଯାଏ ତେବେ ଆଗାମୀ ଦିନରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମଗ୍ର ଓଡିଶାରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଚେତାବନୀ ଦେଇଛନ୍ତି। (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) Categories: ଓଡ଼ିଶା, କଟକ, ରାଜନୀତି, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026