ରାଜକନିକା ବ୍ଲକ ର 28ଜୋନରେ ବିଜେପି ଦଳ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି

ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ରାଜକନିକା :- କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକ ରେ ଆଜି 28ଜୋନରେ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଦିନିକିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ନେଉଳ ଗଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି, ଉକ୍ତ କାର୍ଯ୍ୟକ୍ରମ ରେ ବର୍ଷିଆନ ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ଦୋଳଗୋବିନ୍ଦ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଉପ -ସଭାପତି ଶ୍ରୀ ଭକ୍ତ ବନ୍ଧୁ ମିଶ୍ର, ଜିଲ୍ଲା ସମ୍ପାଦକ ଶ୍ରୀ ଶଶାଙ୍କ ଶେଖର ସେଠି,

ବେଣୁଧର ପରିଡା, ଯୁବ ନେତା, ସତ୍ୟରଞ୍ଜନ ନାୟକ, ନିହାର ରଞ୍ଜନ ନାୟକ, ରାଜେନ୍ଦ୍ର ବେହେରା, ନିହାର ରଞ୍ଜନ ସ୍ୱାଇଁ, ଶ୍ରେୟସ ଦାସ ସମେତ ପାଖା ପାଖି 12ଟି ପଂଚାୟତ ରୁ ଶତାଧିକ ସଂଖ୍ୟାରେ ଦଳୀୟ କର୍ମୀ ମାନେ କୌଣସି କଥାକୁ ଖାତିରି ନକରି ଆଜିର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଭାଗ ନେବା ସହିତ ଉପସ୍ଥିତ ରହିଥିଲେ,(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)  

Exit mobile version